STORYMIRROR

Nirupama Dehuri

Abstract Classics Fantasy

4  

Nirupama Dehuri

Abstract Classics Fantasy

ସ୍ବୟଂ ସହାୟା

ସ୍ବୟଂ ସହାୟା

1 min
16

ସୃଷ୍ଟି ସ୍ଥିତି ଲୟ ର କାରଣ

ଅତିତ ଠାରୁ ବର୍ତ୍ତମାନ

ସେ ତ ଜନନୀ ଭଗିନୀ ଜାୟା

ପ୍ରତିକୂଳ ପରିସ୍ଥିତିରେ ସ୍ବାମୀଙ୍କ ସହାୟା ।

ଜୀବନର ଅନ୍ଯ ନାମ ହିଁ ତ ସଂଘର୍ଷ

ପରିବାରର ସୁଖ ଦୁଃଖେ ଅଣ୍ଟା ଭିଡେ

ମୁଦ୍ରାର ଦୁଇ ପାର୍ଶ୍ଵ 

ସଂସାର ରଥର ଗୁରୁତ୍ବପୂର୍ଣ୍ଣ ଚକା ସଦୃଶ।

ଶକ୍ତି ବିନା ଶିବ ଏଠି ଶବ

ପ୍ରତି କ୍ଷେତ୍ରରେ ନାରୀ ଅଗ୍ରଗଣ୍ୟ

ହେଉ ସେ କ୍ରିଡ଼ା କଳା ସାହିତ୍ୟ ବିଜ୍ଞାନ ।

ଦେବ ଭୂମି ଭାରତରେ

ନାରୀ ଶକ୍ତି ଉତ୍କର୍ଷର ଚରମ ସୀମାରେ

ଚୁଳି ମୁଣ୍ଡରେ ସୀମିତ ନୁହେଁ ନାରୀ

ସ୍ବାମୀ ସହଯୋଗୀ

ପରିବାରର ଉପାର୍ଜନ କ୍ଷମ ।

ଚିରବନ୍ଦନୀୟା ନାରୀ

ନୁହେଁ ଆଜି ଅବଳା ଦୁର୍ବଳା

କୂଷି ଠାରୁ ପଶୁପାଳନ

କୁଟୀର ଶିଳ୍ପ ଟେରାକୋଟା ସବୁଠି ସକ୍ଷମ ।

ଅବର୍ଣ୍ଣନୀୟ ମହିମା ଏ ନାରୀ ଶକ୍ତିର

ଓଡ଼ିଶା ତଥା ଭାରତର କୋଣ ଅନୁକୋଣ

ନାରୀ ଆଜି ଶକ୍ତିଶାଳୀ ଉପାର୍ଜନ କ୍ଷମ ।

ସହର ଠୁ ଗ୍ରାମ ଯାଏ

ନାରୀ ଶକ୍ତି ଅଗ୍ନି ଶିଖା ପ୍ରାୟେ

ଆଲୋକିତ କରେ ପ୍ରତିଟି ଜୀବନ

ସରସ୍ବତୀ ପ୍ରାୟ ବିଦ୍ଯା କରେ ଦାନ

ଲକ୍ଷ୍ମୀ ରୂପେ ଅନ୍ନ କରେ ଦାନ

ଦୁର୍ଗା ରୂପେ ପୁଣି ଦୁଷ୍ଟ କୁ ସଂହାରେ

ଧନ୍ୟ ନାରୀ ମହିମା ତୋ ଧନ୍ୟ ।

ସମୟ ସୁଅରେ ନାରୀ ଚାରା ଠାରୁ ଦ୍ରୃମ ପାଲଟିଛି

ପ୍ରତି ଟି ଶାଖା ପ୍ରଶାଖା ଝଙ୍କାୟିତ

ଉନ୍ନତିର ଶିଖର ଛୁଇଁଛି ।

ବିଂଶ ଶତାବ୍ଦୀରେ ନାରୀ 

ସ୍ବୟଂ ସମ୍ପନ୍ନା 

ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ଠାରୁ

ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦୋପଦୀ ମୁର୍ମୁ

ଜ୍ଵଳନ୍ତ ଉଦାହରଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract