STORYMIRROR

Nirupama Dehuri

Romance Fantasy

3  

Nirupama Dehuri

Romance Fantasy

ଆଷାଢ଼ ରାତି

ଆଷାଢ଼ ରାତି

1 min
193

ବର୍ଷା ପ୍ରକୃତିର ଅପୂର୍ବ ଉପହାର

ପ୍ରାଣୀ ର ଆଧାର

ପୃଥିବୀରେ ଜୀବନ ସଂଚାର

ବର୍ଷା ବିନା ଧରିତ୍ରୀ ବନ୍ଧ୍ୟା

ଧୂଳି ଧୂସର

ମରୁଭୂମି ସମ ଉତ୍ତପ୍ତ

ବାଲୁକା ମୟ ।

ହୀରା ମୋତି ସମ ବିନ୍ଦୁ ବିନ୍ଦୁ ବର୍ଷା

ଭିଜା ଭିଜା ମାଟି ର ବାସ୍ନା

ନଦୀ ହ୍ରଦ ପୂର୍ଶ

ଫଳେ ଫୁଲେ ପୂର୍ଣ୍ଣ ପୃଥିବୀ

ଆଷାଢ଼ ରାତି

ଝିଙ୍କାରି ଝିଁ ଝିଁଶଦ୍ଦ

କେ କଟର ବେଙ୍ଗ ରବି

ପ୍ରକୃତି କୋଳାହଳ ମୟ ।

ନିର୍ଜନ ଆଷାଢ଼ ରାତି

ରିମ୍ ଝିମ୍ ବର୍ଷାରେ

ନିଶଦ୍ଦ ଅନ୍ଧକାର ବକ୍ଷେ

ଶୀତୁଆ ପବନ ସଙ୍ଗେ

କୀଟ ପତଙ୍ଗ ସରୀସୃପ ଗଣ

ନିର୍ଭୟରେ କ୍ରୀଡା କରନ୍ତି ।

ବର୍ଷା ର ତାଳେ ତାଳେ

ଖଦ୍ଯୋତର ମିଞ୍ଜି ମିଞ୍ଜି ଆଲୋକରେ

ଧରା ସୁଶୋଭିତ

ଚିରି ଦିଏ ଅନ୍ଧକାର ବକ୍ଷ ।

ମୂଷଳ ଧାରାରେ ଆଷାଢ଼ ରାତି

ଆନମନା ପ୍ରେମୀ ଯୁଗଳ

ପୁରୁଷ ପ୍ରକୃତି ର ମିଳନରେ

ସୃଷ୍ଟିର ନୂଆ ସମ୍ଭାବନା

ଲଙ୍ଘିଯାଏ ପ୍ରେମ ପାରାବାର

ହେଲେ ବିରହି ନୟନରୁ  

ଅବିଶ୍ରାନ୍ତ ବହେ ଅଶ୍ରୁଜଳ

ଆକୁଳେ ବାରତା ଦିଏ

କଳା ମେଘ ଦୂତ ସାଜେ

ଦୂର ଦେଶେ ପ୍ରିୟ ତମ

ଘେନ ମୋର ପ୍ରିତୀର ସମ୍ଭାର

ଏଇ ରଙ୍ଗୀନ ପୃଥିବୀ ବକ୍ଷରେ

ସପ୍ତରଙ୍ଗେ ରଙ୍ଗାୟିତ ଜୀବନ ।

ଆଷାଢ଼ ରାତି

କାହା ପାଇଁ ଦୁଃଖ ର ବନ୍ୟା ତ

ପୁଣି କାହା ପାଇଁ

ଖୁସିର ହିଲ୍ଳଲୋ

ଅସୁମାରୀ ସ୍ବପ୍ନ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance