ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ବନ୍ଧ୍ୟା ଧରଣୀ ଋତୁମତୀ ହୁଏ
ଫୁଲ ଫଳେ ହସି ଉଠେ
ଶୀତଳ ମୋସୁମୀ ଛୂଆଁରେ।
ଯେବେ ବର୍ଷା ଆସେ
ଅଳସ ଭାଙ୍ଗେ ମାଟିର ମଣିଷ
କର୍ମ ପ୍ରବଣ କୃଷି କାର୍ଯ୍ୟ ଧରେ
ମୁଣ୍ଡ ଝାଳ ତୁଣ୍ଡେ ମାରି ସୁନା ଫସଲ ଖେଳାଏ।
ଯେବେ ବର୍ଷା ଆସେ
ଛତ୍ର ପ୍ରାୟ ଛତୁ ଶୋଭାପାଏ
ଓଢଣା ଟେକେ ସାଧବ ବହୁ
ସାରୁ ମୁଳେ ବେଙ୍ଗ ରଡି କରେ ।
ଯେବେ ବର୍ଷା ଆସେ
ନଦୀ ପୋଖରୀ ପୂର୍ଣ୍ଣଗର୍ଭା ହୁଏ
ହଂସ ହଂସ ରାଳୀ କ୍ରୀଡ଼ାରେ
ପ୍ରକୃତି ଅପୂର୍ବ ଶୋଭା ବଢାଏ।
ଯେବେ ବର୍ଷା ଆସେ
ଗାଁ ଦାଣ୍ଡରେ ପାଣି ସୁଅ ବହେ
ଶିଶୁ ଠାରୁ ବୃଦ୍ଧ ଯାଏ ଆନମନା କରେ
ମୋସୁମୀର ଶୀତଳ ଛୁଆଁ ରେ।
ଯେବେ ବର୍ଷା ଆସେ
ତରୁଣ ତରୁଣୀ ମନେ ଶିହରଣ ଖେଳେ
ବର୍ଷାରେ ଭିଜିବାର ଭିନ୍ନ ମଜା ଥାଏ
ଶିଶୁ ପୁଣି କାଗଜ ଡଙ୍ଗା ଭସାଏ।
ଯେବେ ବର୍ଷା ଆସେ
ନାନାଦି କୀଟ ପତଙ୍ଗ କଳରବେ
ପ୍ରକୃତି ପ୍ରକମ୍ପିତ ହୁଏ
ସତେ କି ବିକ୍ରମ ବେତାଳ ସାଧୁ ଥାଏ ।
ଯେବେ ବର୍ଷା ଆସେ
ବହୁ ପ୍ରଜାତି ଅହି, ମହିକୁ ଆବୋରେ
ଘନ ଅନ୍ଧକାରେ ନୀରିହ ଜୀବନ ଯାଏ
ଅହି ଦର୍ଶନରେ ।
ଯେବେ ବର୍ଷା ଆସେ
ଦିନ ମଜୁରିଆ ଖଟିଖିଆ
ଭୋକିଲା ଓଠରେ ଦାନା ଦେବା ପାଇଁ
ମନ ମାରି ବସେ ।
ଯେବେ ବର୍ଷା ଆସେ
ଚାଳ ଛପର ଘର ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନ ଥାଏ
ଶ୍ରାବଣର ଘନ ବାରି ଧାରା ଦରଭଙ୍ଗା କୁଟୀର କୁ ଦୋହଲାଇ ଦିଏ ।
ଯେବେ ବର୍ଷା ଆସେ
ଅଙ୍କୁରିତ ହୁଏ ଲତା ଠାରୁ ଗଳ୍ମ ଯାଏ
ସବୁଜ ଶ୍ରୀ ପରିମଣ୍ଡିତ ଧରଣୀ
ସବୁଜ ଓଢଣୀ ଟାଣେ ।
ଯେବେ ବର୍ଷା ଆସେ
ବିବିଧ ପର୍ବପର୍ବାଣୀ ଜନ୍ମ ନିଏ
ରଥ ପଥେ ଜଗନ୍ନାଥ ନିଳାଚଳେ ଗହଳି ଲଗାଏ
ଆଷାଢ ଦ୍ଵିତୀୟା ରେ ।
