STORYMIRROR

Nirupama Dehuri

Classics Fantasy

3  

Nirupama Dehuri

Classics Fantasy

ବର୍ଷା ଓ ପ୍ରକୃତି

ବର୍ଷା ଓ ପ୍ରକୃତି

1 min
142

ବର୍ଷା ଗୋ ରିମ୍ ଝିମ୍ ତୁମ

 ବୀଣାର ଝଙ୍କାର

ମାଟି ଠାରୁ ଆକାଶ

ଜଡ଼ ଠାରୁ ଜୀବ

ସିକ୍ତ ମୌସୁମୀର ଉପହାର ।

ସବୁଜ ଶ୍ରୀ ପରିମଣ୍ଡିତ ପାଦପଗଣ

ଲଣ୍ଡିତ ଶୈଳୀ ଶିଖର

ଘଞ୍ଚ ବନାନୀ ପରିବେଷ୍ଟିତ

ପୁଷ୍ପିତ ଲତା ଗୁଳ୍ମ

ପକ୍ଷୀ କାକଳି ଅପୂର୍ବ ଶିହରଣ।

କେଁ କଟର ମଣ୍ଡୁକ

ଝିଁ ଝିଁ ଷଟପଦଗଣ

ଜଳ ପୂର୍ଣ୍ଣ ପରିବେଶ

ମାଳ ମାଳ ଅହି ନକୁଳ

ଆଶ୍ରୟ ପାଦପର ଆଢୁଆଳ ।

କର୍ମ ତତ୍ପର ଜୀବନ

ଲଙ୍ଗଳ ଜୁଆଡି ସଜାଡେ

ବକ୍ଷ ଚିରି ବସୁଧାର

ମୁଣ୍ଡ ଝାଳ ତୁଣ୍ଡେ ମାରି

ଶସ୍ୟ ଉତ୍ପାଦନ କରେ

ଧରିତ୍ରୀର କୋଳେ ।

ପୂର୍ଣ୍ଣଗର୍ଭା ନଦନଦୀ

ତଟଦ୍ବୟ ଖାଇଯାଏ ବହି

ବିବିଧ ପୁଷ୍ପ ରାଜି

ନୈସର୍ଗିକ ଶୋଭା ବଢ଼ାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics