ବର୍ଷା ଓ ପ୍ରକୃତି
ବର୍ଷା ଓ ପ୍ରକୃତି
ବର୍ଷା ଗୋ ରିମ୍ ଝିମ୍ ତୁମ
ବୀଣାର ଝଙ୍କାର
ମାଟି ଠାରୁ ଆକାଶ
ଜଡ଼ ଠାରୁ ଜୀବ
ସିକ୍ତ ମୌସୁମୀର ଉପହାର ।
ସବୁଜ ଶ୍ରୀ ପରିମଣ୍ଡିତ ପାଦପଗଣ
ଲଣ୍ଡିତ ଶୈଳୀ ଶିଖର
ଘଞ୍ଚ ବନାନୀ ପରିବେଷ୍ଟିତ
ପୁଷ୍ପିତ ଲତା ଗୁଳ୍ମ
ପକ୍ଷୀ କାକଳି ଅପୂର୍ବ ଶିହରଣ।
କେଁ କଟର ମଣ୍ଡୁକ
ଝିଁ ଝିଁ ଷଟପଦଗଣ
ଜଳ ପୂର୍ଣ୍ଣ ପରିବେଶ
ମାଳ ମାଳ ଅହି ନକୁଳ
ଆଶ୍ରୟ ପାଦପର ଆଢୁଆଳ ।
କର୍ମ ତତ୍ପର ଜୀବନ
ଲଙ୍ଗଳ ଜୁଆଡି ସଜାଡେ
ବକ୍ଷ ଚିରି ବସୁଧାର
ମୁଣ୍ଡ ଝାଳ ତୁଣ୍ଡେ ମାରି
ଶସ୍ୟ ଉତ୍ପାଦନ କରେ
ଧରିତ୍ରୀର କୋଳେ ।
ପୂର୍ଣ୍ଣଗର୍ଭା ନଦନଦୀ
ତଟଦ୍ବୟ ଖାଇଯାଏ ବହି
ବିବିଧ ପୁଷ୍ପ ରାଜି
ନୈସର୍ଗିକ ଶୋଭା ବଢ଼ାଏ
