STORYMIRROR

Nirupama Dehuri

Abstract Inspirational

4  

Nirupama Dehuri

Abstract Inspirational

ନବଦୁର୍ଗା

ନବଦୁର୍ଗା

1 min
16

 ଆଶ୍ୱିନର ଶୀତୁଆ ସକାଳେ

 କାକରାଶିକ୍ତ କାଶତଣ୍ଡି ଧାରେ

 ବନ ଉପବନ ରକ୍ତାଭ ମନ୍ଦାରେ

 ଦୟଣାର ମହ ମହ ବାସ୍ନାରେ

 ଆସ ମା ନବଦୁର୍ଗା ନବଧା ରୂପରେ ।

ମହିଷାର ଦାରୁଣ ଅତ୍ୟାଚାରରେ

ସର୍ବ ଦେବ ଶକ୍ତି ଆହ୍ବାନରେ

ଜ୍ଜାଳମାନ ଅଗ୍ନିର ଶିଖାରେ

ଆବିର୍ଭାବ ଶକ୍ତି ରୂପା ଦେବଙ୍କ କାର୍ଯ୍ୟରେ

ଆସ ମା ନବଦୁର୍ଗା ନବଧା ରୂପରେ।

ଶକ୍ତି ହିଁ ତ ସାରସ୍ଵତ ଏ ସାରା ସଂସାରେ

ମହି ଭାରା ଉଦ୍ଧାରଣେ ବିଜେ ଦଶରାରେ

ମହିଷାର ମୃତ୍ୟୁ କାରଣରେ

ଦେବତାଙ୍କ ଆକୁଳ ପ୍ରାର୍ଥନା ରେ

ଆସ ମା ନବଦୁର୍ଗା ନବଧା ରୂପରେ ।

ଦୋଳାୟିତ ପଦ୍ମର ଉପରେ

ମୁନି ଋଷି ମତି ଭ୍ରମ କରେ

ଅପରୂପ ସୌନ୍ଦର୍ଯ୍ୟ ଆଭାରେ

ଅଗ୍ନିରେ ପତଙ୍ଗ ସମ ମହିଷାର କାମ ବାଣ ଘାରେ

ଆସ ମା ନବଦୁର୍ଗା ନବଧା ରୂପରେ।

ଦେବୀଙ୍କ ନଗ୍ନ ରୂପ ଦର୍ଶନ ରେ

ନାଶ ଯିବ ମହିଷା ଅଚିରେ

ବ୍ରହ୍ମାଙ୍କ ବିକୃତ ବରରେ

କ୍ରୋଧେ ଜର୍ଜରିତ ଦେବୀ ମହାକାଳୀ ରୂପ ଧରେ

ଆସ ମା ନବଦୁର୍ଗା ନବଧା ରୂପରେ।

ସର୍ବ ଦୈତ୍ୟ ନାଶ କରି କ୍ରୋଧ ଭରେ

ଦିବ୍ଯ ଜାନୁ ଯୋବନ ଦର୍ଶନରେ

ମହିଷା ଯେ ଦେହ ତ୍ୟାଗ କରେ

ଜଗଦମ୍ବା ଜ୍ୱାଳାମୁଖୀ ରୃପ ଧରି ସ୍ବର୍ଗେ ବିଜେ କରେ

ଆସ ମା ନବଦୁର୍ଗା ନବଧା ରୂପରେ।

ଦେବତା ଭୟେ ଲୁଚିଲେ ଗିରି କନ୍ଦରରେ

ଭୋଳା ନାଥ ରହିଲେ ଭୋଳରେ

କାଳରାତ୍ରି କାତ୍ୟାୟନୀ ଉଗ୍ର ରୂପ ଧରେ

ଶିବ ବକ୍ଷେ ପଦା ଘାତ କରେ

ଆସ ମା ନବଦୁର୍ଗା ନବଧା ରୂପରେ।

ମହାକାଳୀ ଶାନ୍ତ ହୋନ୍ତି ଶିବ ଙ୍କ ସ୍ତୁତି ରେ

ଜିହ୍ୱା କାମୁଡ଼ି ନମନ୍ତି ଶିବ ଙ୍କ ପୟରେ

ଶିବ ଶକ୍ତି ହୋନ୍ତି ଏକାକାର

ସ୍ତୁତି ଗାନ କରନ୍ତି ଦେବତା ସକଳ

ଆସ ମା ନବଦୁର୍ଗା ନବଧା ରୂପରେ।

ଯନ୍ତ୍ରଣାର ସମୟ ଚକ୍ରରେ

ଜୀବନ ମୋ ଧାଏଁ ଆତୁରରେ

ଢାଳ ମାଗୋ କୃପା ବାରି ବାରେ

ଶରଣ ମା ତୋ ପାଦ ପଦ୍ମରେ

ଆସ ମା ନବଦୁର୍ଗା ନବଧା ରୂପରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract