ପରିବାର
ପରିବାର
ମନେପଡି ଯାଏ ପିତା ମାତା କୋଳ
ଭାଇ ଭଉଣୀ ଙ୍କ ସ୍ନେହ
ସମୟ ଚକ୍ରରେ ପରିସ୍ଥିତି କ୍ରମେ
ଧିରେ ହୋଇ ଯାଏ ଦୂର ।
ଭରି ଯାଏ ମନେ ଅକୁହା ବେଦନା
ଅବ୍ୟକ୍ତ ଅଦେଖା କୋହ
ଫେରି ଆସନ୍ତା କି ପିଲାଦିନ ମୋର
ଜନନୀ ଅଭୟ କୋଳ ।
ନ ଥାନ୍ତା ମୋ ପାଖେ କର୍ମ କି ଳଞ୍ଜାଳ
ଭାବନାର ସୂତା ଖିଅ
ବାଲ୍ଯ ଚପଳତା ପୁରି ରହି ଥାନ୍ତା
ଗାଁ ଦାଣ୍ଡ ଧୂଳି ଖେଳ ।
ସରଗ ସୁଖ ବି ତୁଚ୍ଛ ହୋଇ ଯାଏ
ଜନମ ଭୂଇଁ ଆଗରେ
ମାଆର ପଣତ ପିତାଙ୍କ ଆକଟ
ମମତାର ମଧୁ ଝରେ ।
ଭାଇ ଭଉଣୀଙ୍କ ଦୁଷ୍ଟାମୀ କଳହ
ମିଠା ସେ ସେନେହ ଡାକ
ଆପଣାର ଭାବ ପୁରି ରହି ଥାଏ
ଆଖିରୁ ଝରେ ଲୋତକ ।
ମନ ପକ୍ଷୀ ମୋର ଝୁରୁଛି ଦୂରରେ
କର୍ତ୍ତବ୍ୟ ପକାଏ ଡାକ
ଅଝଟିଆ ପଣ ପିତାଙ୍କ ଚୁମ୍ବନ
ମା ଙ୍କ ପଣତ ତଳେ ।
କୁନି ଶିଶୁ ହୋଇ ଖେଳନ୍ତି ଥରେ
ସମୟର ଚକ ତଳେ
ବହି ଗଲା ପାଣି କହି ଥିବା କଥା
ଫେରେ କି କେବେ ପଛରେ।
ଫେରେ କି କେବେ ପଛରେ।
