STORYMIRROR

Nirupama Dehuri

Abstract Inspirational Children

3  

Nirupama Dehuri

Abstract Inspirational Children

ପରିବାର

ପରିବାର

1 min
17

ମନେପଡି ଯାଏ ପିତା ମାତା କୋଳ

   ଭାଇ ଭଉଣୀ ଙ୍କ ସ୍ନେହ

ସମୟ ଚକ୍ରରେ ପରିସ୍ଥିତି କ୍ରମେ

ଧିରେ ହୋଇ ଯାଏ ଦୂର ।


ଭରି ଯାଏ ମନେ ଅକୁହା ବେଦନା

ଅବ୍ୟକ୍ତ ଅଦେଖା କୋହ

ଫେରି ଆସନ୍ତା କି ପିଲାଦିନ ମୋର

ଜନନୀ ଅଭୟ କୋଳ ।


ନ ଥାନ୍ତା ମୋ ପାଖେ କର୍ମ କି ଳଞ୍ଜାଳ

ଭାବନାର ସୂତା ଖିଅ

ବାଲ୍ଯ ଚପଳତା ପୁରି ରହି ଥାନ୍ତା

ଗାଁ ଦାଣ୍ଡ ଧୂଳି ଖେଳ ।


ସରଗ ସୁଖ ବି ତୁଚ୍ଛ ହୋଇ ଯାଏ

ଜନମ ଭୂଇଁ ଆଗରେ

ମାଆର ପଣତ ପିତାଙ୍କ ଆକଟ 

ମମତାର ମଧୁ ଝରେ ।


ଭାଇ ଭଉଣୀଙ୍କ ଦୁଷ୍ଟାମୀ କଳହ

ମିଠା ସେ ସେନେହ ଡାକ

ଆପଣାର ଭାବ ପୁରି ରହି ଥାଏ

ଆଖିରୁ ଝରେ ଲୋତକ ।


ମନ ପକ୍ଷୀ ମୋର ଝୁରୁଛି ଦୂରରେ

କର୍ତ୍ତବ୍ୟ ପକାଏ ଡାକ

ଅଝଟିଆ ପଣ ପିତାଙ୍କ ଚୁମ୍ବନ 

ମା ଙ୍କ ପଣତ ତଳେ ।


କୁନି ଶିଶୁ ହୋଇ ଖେଳନ୍ତି ଥରେ

ସମୟର ଚକ ତଳେ

ବହି ଗଲା ପାଣି କହି ଥିବା କଥା

ଫେରେ କି କେବେ ପଛରେ।

ଫେରେ କି କେବେ ପଛରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract