STORYMIRROR

Nirupama Dehuri

Abstract Classics Fantasy

4  

Nirupama Dehuri

Abstract Classics Fantasy

ହେ ଅତୀତ

ହେ ଅତୀତ

1 min
361

କିଛି ସ୍ମୃତି କିଛି ବିସ୍ମୁତି ର ରୂପରେଖ

ବାଲ୍ୟ ଠାରୁ ଯୌବନ ପର୍ଯ୍ୟନ୍ତ

ବର୍ଷ,ମାସ, ଦିନ ର ସମାବେଶ

ପୃଷ୍ଠା ପରେ ପୃଷ୍ଠା ଲିପିବଦ୍ଧ ।

ଜୀବନ ର ପ୍ରତିଟି ସୋପାନ

ସ୍ନେହ,ପ୍ରେମର ସମ୍ମିଶ୍ରଣ

ଯନ୍ତ୍ରଣା ଉତ୍ସାହ ର

ଅଭିନବ ଅଭିକଳ୍ପ ।

ସ୍ଥାନ କାଳ ପାତ୍ର ର ପରିବର୍ତ୍ତନ

ଭିନ୍ନ ଭିନ୍ନ ଚେହେରା

ଚଲାପଥ ଧାରେ

ଆଜି ବି ସତେଜ

ହୃଦୟର ନିଭ୍ରୃତ ଇଲାକାରେ ।

କିଛି ଚିହ୍ନା କିଛି ଅଚିହ୍ନା

ସମୟର ଧୂର୍ମାକ୍ତ ଅଳନ୍ଧୁ ର

ଗଭୀର ଆସ୍ତରଣରେ

ତଥାପି ବି ଆଶାୟିତ

ଅସୁମାରୀ ସ୍ବପ୍ନ ର ଅଭିଲେଖ।

ପ୍ରାଚୀ ଦିଗ୍ ବଳୟ

ନୂତନ ଆଭାରେ ଉଦ୍ ଭାଷିତ

ଅନାଗତ ଆଗତର ଶୁଭ ଶଙ୍ଖ

ପ୍ରକୃତି ଅପୂର୍ବ ସମାବେଶ ।

ଶସ୍ୟ କ୍ଷେତ୍ରେ ପକ୍ବ ଶସ୍ୟ

ସ୍ବର୍ଣ୍ଣାଭ ରଙ୍ଗାୟିତ

ଅମଳ ପାଇଁ କ୍ଷେତ୍ର ପ୍ରସ୍ତୁତି

ଜଳାଶୟେ ନାନା ବିଧ

ପକ୍ଷୀ ଙ୍କ ଆଗତ ।

ଶୀତ ଲହରୀ ରେ

ମୁକ୍ତା ସଦୃଶ କାକର ବିନ୍ଦୁରେ 

ମତୁଆଲା ଶୀତଳ ସ୍ପର୍ଶ 

ବିଦାୟ କାଳୀନ ଦୁଃଖ ସହ

ନୂତନର ଭବ୍ୟ ସ୍ଵାଗତ ।।


Rate this content
Log in

Similar oriya poem from Abstract