STORYMIRROR

Nirupama Dehuri

Abstract

4  

Nirupama Dehuri

Abstract

ମୋ ଗାଆଁ

ମୋ ଗାଆଁ

1 min
345

ଆଶ୍ୱିନର ଶେଷ ଶୀତର ପରସ

ଥରି ଉଠେ ତନୁ ମନ।

ବିନ୍ଦୁ ବିନ୍ଦୁ ମୁକ୍ତା ସଦୃଶ କାକର

ଘାସ ଗାଳିଚା ଉପର।

ସୂର୍ଯ୍ୟଦେବ ପୁଣି ଶୀତେ ନଇଁ ଯାଏ

କଅଁଳ ହୁଏ କିରଣ ।

କଅଁଳ କିରଣ କାକରରେ ପଡ଼ି

ଦିଶେ କେଡ଼େ ଅନୁପମ।

କୁନି କୁନି ଶିଶୁ ଆଈମା କୋଳରେ

ପୁଆନ୍ତି ସୂର୍ଯ୍ୟ କିରଣ ।

କେତେ ଆକର୍ଷଣ କେତେ ମନୋହର

ଶୀତେ ଗ୍ରାମୀଣ ଜୀବନ।

ସୁନେଲି କିରଣ ପଡି ଗ୍ରାମ ଧାରେ

ଶୀତ ଅପସରି ଯାଏ।

ଝାଡିଝୁଡି ହୋଇ ଗ୍ରାମୀଣ ଯୁବକ

କୃଷି କର୍ମ ପାଇଁ ଯାଏ।

କୃଷି କ୍ଷେତ୍ର ଧାରେ ପକ୍ବ ଶସ୍ୟ ରାଶି

ସତେ ସୁବର୍ଣ୍ଣ ଝରଇ ।

ମନୋହର ପୁଣି ପ୍ରବାସୀ ପକ୍ଷୀଏ

ଡେଣା ଝାଡି ଯାନ୍ତି ଉଡ଼ି।

ବାଡି ବଗିଚା ରେ ନାନା ଜାତି ଫୁଲ

ଖିଲି ଖିଲି ହସୁ ଥାନ୍ତି ।

ଚାଲ ଛପରର ଛାଉଣୀ ଉପରେ

ବିବିଧ ବର୍ଣ୍ଣ ଦିଶନ୍ତି ‌।

ଯହିଁ ଚାହିଁ ଦେବ ରୂପର ସମ୍ଭାର

ସ୍ୱର୍ଗୀୟ ସୁଷମା ବେଶ।

କେତେ ଆପଣାର ଗ୍ରାମ ପଥ ମୋର

କାଶତଣ୍ଡି ଫୁଲ ହସ।

ସୁନିଳ ଅମ୍ୱର ସବୁଜ କିଆରି 

ଦିଗ୍ ବଳୟେ ଯାଏ ମିଶି।

ଗୋଧୂଳି ଲଗନେ ଗୋରୁ ଗୋଠ ପୁଣି

ଧୂର୍ମାକ୍ତ ଆକାଶେ ଶଶି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract