ମୋ ଦେଶ
ମୋ ଦେଶ
ଭାରତ ମାଆର ବୀର ପୁତ୍ର ଆମେ
କଳା ସଂସ୍କୃତିରେ ପରିପୂର୍ଣ୍ଣ।
ସାରା ବିଶ୍ବେ ଆଜି ଭାରତ ମହାନ
ଉଡେ ଦେଖ ତ୍ରିରଙ୍ଗା କେତନ ।
ସମୟ ସୁଅରେ ଭାସି ଯାଇଅଛି
ପରାଧୀନ ତାର କଷଣ।
ସ୍ମୃତି ଫରୁଆ ରେ ସତେଜ ରହିଛି
ବୀର ଜବାନଙ୍କ ବଳିଦାନ ।
କାହାଣୀ ନୁହେଁ ଏ ସତ୍ଯ ଘଟଣା
ଗୁଳି ଆଗେ ଦେଲେ ଜୀବନ।
ଅହିଂସା ମନ୍ତ୍ରକୁ ବୁଣିଲେ ବାପୁଜୀ
ରକ୍ତ ମାଗିଲେ ନେତାଜୀ ଆମ ।
ପାଇକ ବିଦ୍ରୋହ ପାଇକ ପୁଅ ସେ
ବାର ବର୍ଷ ର ବାଜି ରାଉତ।
ନିର୍ଭିକ ଚିତ୍ତରେ ମାଟି ମାଆ ପାଇଁ
ଟେକି ଦେଲା ତାର ଜୀବନ ।
ରାଣୀ ଲକ୍ଷ୍ମୀ ବାଇ ବକ୍ସି ଜଗବନ୍ଧୁ
ସୁରେନ୍ଦ୍ର ସାଏ ଲକ୍ଷ୍ମଣ ନାୟକ।
ବିର୍ସା ମୁଣ୍ଡା,ଭଗତ ସିଂ,ସର୍ଦ୍ଧାର ପଟେଲ
ନାରୀ ନେତ୍ରୀ ପୁଣି ଅନେକ ।
ଭାରତ ସନ୍ତାନ ମାଟି ମାଆ ପାଇଁ
ତୁଚ୍ଛ କଲେ ସୁଖ ସପନ।
ପଞ୍ଚସ୍ତରୀ ବର୍ଷ ସ୍ବାଧୀନତା ଦେଖ
ସ୍ବପ୍ନ ହୋଇଛି କି ପୂରଣ ।
ପରେ ଦୋଷ ଦେଇ ଲାଭ ନାହିଁ ଭାଇ
ଆଗେ ନିଜେ ହୁଅ ସାବଧାନ ।
ବିନ୍ଦୁ ବିନ୍ଦୁ ଜଳ ମିଶି ସିନ୍ଧୁ ହୁଏ
କ୍ଷୁଦ୍ର ଦୀପ ଆଲୁଅ କରେ ଦାନ ।
ସ୍ବାଧୀନତା ଏଇ ମହାର୍ଘ ଦିବସେ
ସମସ୍ତେ ମିଶି କରିବା ପଣ ।
କଳୁଷିତ ସବୁ ଦୂର କରିଦେବା
ନୂତନ ତା ନେବ ଜନମ।
ଅଧିକାର ସାଥେ କର୍ତ୍ତବ୍ୟ କୁ ଯଦି
ସୁଚାରୁ ରୂପେ କରିବା ପାଳନ।
ଏ ପୂର୍ଣ୍ଣ୍ଯ ଭୂମି ରେ ରାମରାଜ୍ୟ ହେବ
ଭାରତ ବିଶ୍ବେ ହେବ ମହାନ ।
