ଏଇ ଦିନଗୁଡାକସଂଧ ଆସେ କୋମଳ କାଳର
ଏଇ ଦିନଗୁଡାକସଂଧ ଆସେ କୋମଳ କାଳର
ଏଇ ଦିନଗୁଡାକ
ସଂଧ ଆସେ କୋମଳ କାଳର ସିଂହ୍ନରେ
ଦୂର ପର୍ବତର ମଥାରେ
ଯେଉଁଠି ଆଉ କୌଣସି ସନ୍ୟାସୀ ବସି ନାହାତି
ପଦ୍ମାସନରେ ।
ଏଠି ପ୍ରଭାତକାରଳରେ ଆମେ ଦେଖୁ
ଆମର ଗଳି ବଂଦିରେ ଛିନ୍ନ ବିଚ୍ଛିନ୍ନ ହୋଇ ପଡିଥିବା
ପ୍ରେମ, କାର୍ଯ୍ୟକ୍ଷମତା ଓ ଯୁଦ୍ଧର
କଳଂକି ଲାଗି ଯାଇଥିବା ଉପାଦାନ ଗୁଡିକୁ ।
ଆସ ସଂସାରରେ କେହି ମାଲିକ ନାହଂତି
କିଂତୁ ଅନେକ ସ୍କଲ୍ ସ୍ଵୟଂକ୍ରିୟ ଭାବେ ଚାଲୁଅଛି
ରୋବୋଟ୍ ଗୁଡିକର କୃତ୍ରିମ ଲାଲ ଲାଇଟରେ ।
ସରସ୍କୃପ ଓ ପକ୍ଷୀ ଗୁଡିକ ଅସାଧାରଣ ଭାବେ ଚୁପ୍
କଳା ମୂଷା, ହଳଦିଆ ଠେକୁଆ
ଧୂସର ସାପ ଏବଂ ଧୋବ ଧବଳିଆ ମୂଷା ଆଶ୍ରୟ ନେଇଛତି
ସେମାନଂକର ଗାତ- ଗଳି କଂଦିରେ
ଏବଂ ବାଦୁଡିଟିଏ ଝୁଲୁଛି କଦଂବ ଗଛରେ
ଲେଖିବାର ବା ଟାଇପ୍ କରିବାର ୩୦ ସେଙ୍କେଡ ଭିତରେ
କବିତାର ଧାଡିଗୁଡିକ ଉଭେଇ ଯାଉଛି ।
କେତେକ ଝିଅ, ବିଚକ୍ଷଣ ବିଲେଇ ପରି
କମ୍ ଶବ୍ଦ ଓ ବେଶୀ ଆକ୍ସନ୍ରେ
ଛାତରୁ ଛାତ ଡେଉଁଛି, ଖାଦ୍ୟର ସଂଧାନରେ
ଯେହେତୁ ଫ୍ରିଜରେ କିଛି ନାହିଁ
ତୁମେ ପକ୍ଷୀମାନଂକୁ ଦେଖି ନ ପାର
ଏବେ ବସାର ସଂଧାନରେ----
ଶୂନ୍ୟତା ସେମାନଂକୁ ଆବଦ୍ଧ କରିନେଲା
ଯେତେବେଳେ ସେମାନେ ଏପଟ ସେପଟ ହେଉଥିଲେ
ଏପରି ବେଳାରେ ଏକ ମୂର୍ଖକୁ ବି ମୁକୁଟ ପିଂଧାର
ମୟୁର ସିଂହାସନରେ ବସାଇ ଦିଆଯାଇପାରେ ।
ମୋତେ ବିଶ୍ଵର କର ; - ଅନେକ ମଣିଷକ ପାଇଁ
ଏପରିକି ଚଂଦ୍ରାଲୋକ ବି ଦିବାସ୍ଵପ୍ନ
ଆଈ ବୁଢୀର କାହାଣୀ
ବା ପ୍ରେମୀଗୁଗନଂକ ଗୋଟିଏ ରାତ୍ରୀର ଶୃଗାର ଶବ୍ଦ ।
ଏହିପରି ସଂଧ୍ୟାରେ ମୃଦୁ, କୋମଳ କାକାର ସିଂଦୁ ପଡୁଥାଉ
ଏପରିକି ରାତି ବି ନ ହେଉ- ପ୍ରଭାତ ବି ନ ହେଉ ।
ଏଇମିତି ସତସତିଆ ରକ୍ତପାତ ନ ହେଉ
ମିଛଟାରେ ବିଦ୍ରୋହୀ ମାନେ ଗର୍ଜୁଥାତୁ
ଏମିତିକି ସନ୍ୟାସୀ ଓ କବି ଗଣ । ।
