STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଜୀଜିବିଷାହାତ ପାଆଁତରେ ମୃତ୍ୟୁ ଥି

ଜୀଜିବିଷାହାତ ପାଆଁତରେ ମୃତ୍ୟୁ ଥି

1 min
136


ହାତ ପାଆଁତରେ ମୃତ୍ୟୁ ଥିଲା ବେଳେ

ହୃଦୟ ଓ ଆତ୍ମାର କେଉଁ ଏକ କୋଣରୁ

ଜାଗି ଉଠିଲା ଜୀବନ ପ୍ରତି ଏକ ଅଦମନୀୟ ମୋହ

ପୁଣି ଥରେ ପିଲା ହୋଇଯିବାକୁ-

ନାଲି ଟୁକୁଟୁକୁ ସାଧବ ବୋହୂ ସହିତ ଖେଳିବାକୁ

ତରୁଣାବସ୍ଥାରେ ଆଂବ ବଗିଚାରେ ତାସ୍ ଖେଳିବାକୁ

ଉଚ୍ଚାଣି କ୍ଷେତରୁ ମାଛ, କଂକଡା ଧରିବାକୁ

ଯୁବାବସ୍ଥାରେ ଝର୍କା ସେ ପାଖରେ

ବର୍ଷାରେ ଭିଜୁଥିବା ଅପରୂପା ଝିଅଟିକୁ

ଏକତରଫା ପ୍ରେମ କରିବାକୁ

ଶିକ୍ଷା ସମାପ୍ତି ପରେ ଚାକିରୀ ଟିଏ ପାଇଲେ ଆୟୋଜିତ ବିବାହ

ଅନ୍ୟଥା ରାଜନୈତିକ ଦଳର ହାତବାରିସୀ

ଆତଂକ ବାଦ ମୁହାଁ-ମୌଳଧର୍ମୀ ଉଦ୍‌ଗୀରଣ

ଗୃହସ୍ଥ ଜୀବନର ତେଲ ଲୁଣ ସଂସାର ଭିତରେ

କେଉଁ ଏକ ବ୍ରାହ୍ମ ମୁହୂର୍ତରେ ବାଥ୍‌ରୁମରେ

ଗୁଣୁ ଗୁଣେଇଥ୍ ଶବ୍ଦର ତାଡନା

ସେ ତାଡନା ଭିତରେ ଅସରଂତି ଯାତନା ଓ ମୁହୁର୍ମୁହୁ ସଂଘାତ

ଯାହାକି ଝରି ଆସେ କିଛିଟା ନିରୁତା, ଅଲଗା, ବାସଂତିକ କବିତାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics