STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୁଠାଏ ଅଂଧାର- ଚୋନାଏ ଆଲୁଅଭାବସଂଧ

ମୁଠାଏ ଅଂଧାର- ଚୋନାଏ ଆଲୁଅଭାବସଂଧ

1 min
174

ମୁଠାଏ ଅଂଧାର- ଚୋନାଏ ଆଲୁଅ

ଭାବସଂଧର ମାନେ ଦ୍ର ମୁହୂର୍ତରେ

ମୁଁ ବାଛିନେଲି ମୁଠାଏ ଅଂଧାର

ସବୁ ଅସଫଳତା, ଗ୍ଳାନି ଓ ଦୁଃଖକୁ

ଆପଣେଇନେବାର ପ୍ରଚେଷ୍ଟାରେ

ମୁଁ ଦେଖୁଥଲି ଅଂଧାର ରାତିର ସୂର୍ଯ୍ୟ

ହେଉ ବା ସେ ଅସ୍ତମିତ ସୂର୍ଯ୍ୟ

ତାମସୀ ରାଧାର ଆତ୍ମନେପଦୀରେ

ସଂତାପିତ, ବିଳପିତ ସୂର୍ଯ୍ୟ

ଆଉ ଚଂଦ୍ରଯାନ କି ମଂଗଳଯାନ ନୁହଁ

ଆମେ ବସିବୁ ସୁର୍ଯ୍ୟଯାନରେ

ଭେଦିବାକୁ ପୁନଃପୌନିକତାରେ ବିଭୋର କବି

ଏବେ ମନଃଚକ୍ଷୁରେ ଦେଖିବ ସୂର୍ଯ୍ୟାଭିଯାନ

ଆଉ ପ୍ରେମ ? ସେ ତ ଅପାଂକ୍ତେୟ

ପ୍ରେମିକାର ଭାନୁମତୀ ସୌଦର୍ଯ୍ୟରେ ବଂଦୀ

କବି ଖୋଜେ ମୁଠାଏ ଆଲୁଅ

ଅଂଧାର ଆଲୁଅର ଏ ଲୁଚକାଳି ଖେଳରେ

ମଣିହ, କବି, ପ୍ରେମିକା-ଏମାନେ କିଏ ?

ମୁଁ ଜାଗରୁକ ହୋଇଗଲି

ବା । ଏବେ ହେବ ବିହଂଗ ବିପ୍ଳବ

ଯା’ ର ସୂତ୍ରଧାର ହଳଦୀ ବସଂତ

ପକ୍ଷକର ସମ୍ମିଳିତ ଆକ୍ରମଣରେ

ମାଟି ଚାଟିବେ ସମାଜର ଠିକାଦାର ଗଣ

ମୋ ହାତମୁଠା ପୁଣି ପୂର୍ଣ୍ଣ ହୋଇଯିବ ସପନରେ

ଯେଉଁ ଇଲାକାକୁ ନିଶାର୍ଦ୍ଧରେ ଆସଂତି

ଶ୍ରୀରାମ, ସାଂଧୀ, ସୁରେନ୍ଦ୍ର ଓ ଗଂଗାଧର

ଯେତେ ସବୁ ସ୍ବପ୍ନ, ଦୁଃସ୍ଵପ୍ନ ଓ ଦିବାସ୍ୱପ୍ନରେ

ମାଡି ଆସଂତି ଦାନ ମାଝି ମାନେ

ମାଡି ଆସଂତି ନଗଡାର ନଷ୍ଟଚରିତ୍ର

ସପନ ସବୁ ଯଦି ମରିଯତେ ଫୁଲଗଛ ପରି

ତେବେ କ’ଣ ପାଇଁ ମଣିଷ ମଂଦି ହେବ ସକାଳରୁ ସଂଜ

ସପରେ ଅଚି ବୁଦ୍ଧିଜୀବୀର ସିଂତାର ଉପପାଦ୍ୟ

କବିତାର ନିଟୋଳ ମିନାର

ଯୁଗସଂଧର ମାହେନ୍ଦ୍ର ମୁହୁର୍ତ

ସପନରେ ହେଉଅଛି

ମାନବବାଦର ଉନ୍ମେଷ ଓ ଉତ୍ତରଣ

ପକ୍ଷପ୍ରଶ୍ନର ପ୍ରହେଳିକା

ଅସରଂତି ଅବୋଲକରା କାହାଣୀ

କିଛି ଅକୁହା କଥା ଓ ଅଦେଖା ବ୍ୟଥାର ସମାହାର

ସୁତରାଂ ହେ ପ୍ରିୟା,

ସପନବଣିକର ରାଜ୍ୟକୁ ପହଁରି ଆସ

ସପନଭର୍ତି ଏକ ଫୁଲ ସାଂଗୁଡିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics