STORYMIRROR

Bebi Satapathy

Classics

3  

Bebi Satapathy

Classics

ଜଗାରେ

ଜଗାରେ

1 min
341

               ଜଗାରେ       ତତେ ଦେଖିବାକୁ ଥରେ 

         ଉଚ୍ଛନ ହେଲାଣି ମନ       ଦେଖା ହେଲା ପରେ ପୁଣି ଦେଖିବାକୁ 

      ଆକୁଳ ହେଉଚି ଧନ 

    କି ଯନ୍ତର ମନ୍ତର ଜାଣିଚୁ ରେ ତୁହି 

    ସେ କଥା ତତେ ତ ଜଣା

    ଏ ଛାର ମାନବ ଜାଣିବ ବା କାହୁଁ 

    ଭାବ ଡୋରିରେ ତୁ ବଣା 

   ହେ ଅନାଦି ହେ ଅନନ୍ତ ଅଵ୍ୟକ୍ତ ଅଚ୍ୟୁତ 

      ହେ ମୋର ରଂକରତନ

         ଜଗାରେ 

  ତତେ ଦେଖିବାକୁ ଥରେ ଉଚ୍ଛନ ହେଲାଣି ମନ | 

 ତୋର ଦାଂଡ ବଡ ଦାଂଡ 

 ତୋର ଭୋଗ ବଡ ଭୋଗ 

 ତୁ ପରା ବଡ ଠାକୁର 

  ତୋ ଦେଉଳ ବଡ ଦେଉଳ 

  ବେଶ ତୋ ବଡ ସିଂହାର 

  ଭାଇ ଭଉଣୀକୁ ଧରି କରୁଚୁ ତୁ ଲୀଳା ଖେଳା 

    ଏ ପରା ସଂସ୍କୃତି ଆମ ଦେଶର 

  ହେ ମାଧବ ହେ ମୁରାରୀ ହେ ତ୍ରିପୁରାନ୍ତକାରୀ 

   ହେ ପରମ ପିତା ପତିତପାବନ 

     ଜଗାରେ 

  ତତେ ଦେଖିବାକୁ ଉଚ୍ଛନ ହେଲାଣି ମନ | 

   କି କୋଳାହଳ ସେ ଆନଂଦ ବଜାରେ 

    ନିତି ଲାଗେ ହରି ହାଟ

   ବିଶ୍ଵ ହୋଇ ଯାଏ ଚଳ ଚଞ୍ଚଳ ରେ 

   ଯେବେ ଆସେ ରଥଯାତ

   ମାନ ଭଞ୍ଜନରେ ମନ ମୋହି ନେଲୁ 

   ଲଷ୍ମୀସାଆନ୍ତାଣୀଙ୍କର  

  ମାଉଷୀମା ଘରେ ନ’ଦିନ ରହଣି 

  କି ସୁଆଦ ସେ ପୋଡ ପିଠାର 

   ହେ ମଦନ ମୋହନ ଚଂଦନ ଚର୍ଚ୍ଚିତ 

  ହେ ନୀଳମଣି ହେ ଜଗଜୀବନ 

          ଜଗାରେ 

  ତତେ ଦେଖିବାକୁ ଥରେ ଉଚ୍ଛନ ହେଲାଣି ମନ | 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics