ମୋ ପ୍ରଭୁ ଜଗନ୍ନାଥ
ମୋ ପ୍ରଭୁ ଜଗନ୍ନାଥ
ଜଗତର ନାଥ ପ୍ରଭୁ ଜଗନ୍ନାଥ
ବସିଛ ଭୁଜ ମେଲେଇ
ଚକା ଚକା ଆଖି ମନ ଯାଏ ଲାଖି
ଆତ୍ମା ସନ୍ତୋଷ ଲଭଇ।।
ଜଗତ କରତା ବୁଝ ମନକଥା
ଅବୁଝା କିମ୍ପା ମୋ ପାଇଁ
ଦୂରେ ଅଛି ବୋଲି ସତେ ଗଲ ଭୁଲି
ମୋ ଡାକ କି ଶୁଭେ ନାହିଁ।।
ମୁଁ ଛାର ଅଜ୍ଞାନ ନ ଜାଣଇ ଧ୍ୟାନ
ଅଛି ଯେତେ ପୂଜା ବିଧି
ହୋଇଲେ ସକାଳ ମାରେ ଗିନି ତାଳ
ସକଳ ଜଞ୍ଜାଳ ତେଜି।।
ଜୀବନର ପଥ ଅଟେ କଣ୍ଟକିତ
ଢାଳ ବାରେ କୃପାବାରି
କରୁଛି ଗୁହାରୀ ଆହେ ନରହରି
ନେବ ବଇକୁଣ୍ଠ ପୁରି।
