STORYMIRROR

Pradipta Kumar Behera

Classics Inspirational

4  

Pradipta Kumar Behera

Classics Inspirational

ମୋ ପ୍ରଭୁ ଜଗନ୍ନାଥ

ମୋ ପ୍ରଭୁ ଜଗନ୍ନାଥ

1 min
307

ଜଗତର ନାଥ ପ୍ରଭୁ ଜଗନ୍ନାଥ

ବସିଛ ଭୁଜ ମେଲେଇ

ଚକା ଚକା ଆଖି ମନ ଯାଏ ଲାଖି

ଆତ୍ମା ସନ୍ତୋଷ ଲଭଇ।।

ଜଗତ କରତା ବୁଝ ମନକଥା

ଅବୁଝା କିମ୍ପା ମୋ ପାଇଁ

ଦୂରେ ଅଛି ବୋଲି ସତେ ଗଲ ଭୁଲି

ମୋ ଡାକ କି ଶୁଭେ ନାହିଁ।।

ମୁଁ ଛାର ଅଜ୍ଞାନ ନ ଜାଣଇ ଧ୍ୟାନ

ଅଛି ଯେତେ ପୂଜା ବିଧି  

ହୋଇଲେ ସକାଳ ମାରେ ଗିନି ତାଳ

ସକଳ ଜଞ୍ଜାଳ ତେଜି।।

ଜୀବନର ପଥ ଅଟେ କଣ୍ଟକିତ

ଢାଳ ବାରେ କୃପାବାରି

କରୁଛି ଗୁହାରୀ ଆହେ ନରହରି

ନେବ ବଇକୁଣ୍ଠ ପୁରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics