STORYMIRROR

Pradipta Kumar Behera

Fantasy Inspirational

4  

Pradipta Kumar Behera

Fantasy Inspirational

ପ୍ରିୟତମା

ପ୍ରିୟତମା

1 min
24


ପ୍ରିୟତମା ଗୋ ତୁମେ.....

କେଉଁ ଅଜଣା ରାଇଜର ପରୀ ଥିଲ

ବିଧାତାର ଘଟ ସୂତ୍ରରେ....

ମୋ ବାହୁରେ ବନ୍ଧନ ହେଲ

ପ୍ରିୟତମା ଗୋ ତୁମେ ........

ତୁମେ ବୋଧେ ମୋ ହାଣ୍ଡିରେ

ଚାଉଳ ପକେଇଥିଲ ।।

ସେଥି ପାଇଁ ସମସ୍ତ ବନ୍ଧନ କାଟି

ଆଗରେ ଗୋଡ଼ କାଢ଼ି

ତୁମ ଘରୁ ବାହାରି ଆସିଲ ।।

ପ୍ରିୟତମା ଗୋ ତୁମେ.....

ସଂସାର ବୋଝକୁ ମୁଣ୍ଡେଇ

ବାଧା ବିଘ୍ନକୁ ଆଡେଇ ଆଡେଇ

ସୁନ୍ଦର ସଂସାର ଗଢିଲ ।।

ପ୍ରିୟତମା ଗୋ ତୁମେ.......

ମୋ ଉତ୍ତର ଖାତା ପରୀକ୍ଷା ପ୍ରଶ୍ନର

ଇନ୍ଦ୍ରଧନୁ ଦୂର ଦିଗବଳୟର

ପ୍ରଜାପତି ପାରିଜାତ ବନର

ସପନ ଅପାସୋରା ସ୍ମୃତିର

ଆରତୀ ମୋ ମନ ମନ୍ଦିରର ।।

ପ୍ରିୟତମା ଗୋ ତୁମେ.......

ତୁମେ ମୋ ଓଠର ସ୍ମିତ ରେଖା

ମନ ମରୁଭୂମିର ସବୁଜିମା

ସାଥୀ ବନ୍ଧୁ ସହଯାତ୍ରୀ ସଖା ।।

ପ୍ରିୟତମା ଗୋ ତୁମେ.......

ପାଦକୁ ପାଦ ମେଳେଇ

ଜୀବନର ତରୀକୁ ନେଉଛ ବାହି

ଛାଡ଼ିବନି ହାତ ମୋର

ସମୟ ଯେତେ ହେଲେ ବି କଠୋର

ଚାଲୁଥିବା ସାଥୀ ହୋଇ

ପ୍ରଭୁ ପାଦେ ଲୟ କର ।।

ପ୍ରଭୁ ପାଦେ ଲୟ କର ।।

ଚିର୍ମା

ନବରଙ୍ଗପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy