STORYMIRROR

Pradipta Kumar Behera

Inspirational

3  

Pradipta Kumar Behera

Inspirational

ସକାଳ ନିବେଦନ

ସକାଳ ନିବେଦନ

1 min
29


ଆହେ ନୀଳ ଶଇଳ ପ୍ରବଳ ମତ୍ତ କେଶରୀ

ସକାଳୁ ଉଠିଣ କରେ ମୁଁ ଗୁହାରି

ଦିଅ ସବୁ ଦୁଃଖ ଶୋକ ମୋ ବିଦାରି

ତୁମରି ଆଶିଷେ ପଙ୍ଗୁ ଲଂଘେ ଗିରି

ଦୁଃଖୀ ଲାଭ କରେ ସବୁ ସୁଖ ଶିରୀ।।

ସତେ କି ମୁଁ ପ୍ରଭୁ ଅଟଇ ଅଧମ

ଯାଇ ନ ପାରଇ କେବେ ତୁମ ଧାମ

ତୁମ୍ଭ ନେତ୍ରବେନି ଅଟେ ଅନୁପମ

ଜଗତରେ କିଛି ନୁହେଁ ତାର ସମ

ଦର୍ଶନେ ପବିତ୍ର ହେବ ନେତ୍ର ମମ।।

ହେ ଚକାନୟନ ମୋ କଳାବଦନ

ଲଗାଇବ ଡୋରି କରେ ନିବେଦନ

ଚନ୍ଦନ ବାସ୍ନାରେ ପୂରିବ ମୋ ମନ

ରତନ ବେଦିରେ କରିବି ଦର୍ଶନ

ପରନ୍ତେ ଦେବ ହେ ଗୋଲକରେ ସ୍ଥାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational