ସକାଳ ନିବେଦନ
ସକାଳ ନିବେଦନ
ଆହେ ନୀଳ ଶଇଳ ପ୍ରବଳ ମତ୍ତ କେଶରୀ
ସକାଳୁ ଉଠିଣ କରେ ମୁଁ ଗୁହାରି
ଦିଅ ସବୁ ଦୁଃଖ ଶୋକ ମୋ ବିଦାରି
ତୁମରି ଆଶିଷେ ପଙ୍ଗୁ ଲଂଘେ ଗିରି
ଦୁଃଖୀ ଲାଭ କରେ ସବୁ ସୁଖ ଶିରୀ।।
ସତେ କି ମୁଁ ପ୍ରଭୁ ଅଟଇ ଅଧମ
ଯାଇ ନ ପାରଇ କେବେ ତୁମ ଧାମ
ତୁମ୍ଭ ନେତ୍ରବେନି ଅଟେ ଅନୁପମ
ଜଗତରେ କିଛି ନୁହେଁ ତାର ସମ
ଦର୍ଶନେ ପବିତ୍ର ହେବ ନେତ୍ର ମମ।।
ହେ ଚକାନୟନ ମୋ କଳାବଦନ
ଲଗାଇବ ଡୋରି କରେ ନିବେଦନ
ଚନ୍ଦନ ବାସ୍ନାରେ ପୂରିବ ମୋ ମନ
ରତନ ବେଦିରେ କରିବି ଦର୍ଶନ
ପରନ୍ତେ ଦେବ ହେ ଗୋଲକରେ ସ୍ଥାନ।।
