STORYMIRROR

Pradipta Kumar Behera

Inspirational Others

4  

Pradipta Kumar Behera

Inspirational Others

କବିତା

କବିତା

1 min
273

କବିତା ହେଉଛି ମନ ମଧ୍ୟରେ
ଅଡ଼ୁଆ ସୂତା ପରି ଗୁଡେ଼ଇ
ହୋଇଥିବା ଶବ୍ଦ ସମ୍ଭାର....
ଧିରେ ଧିରେ ସୂତାର ଫାଶ ସବୁକୁ ଖୋଲିବା ପରି
ଖୋଜା ପଡ଼ନ୍ତି ଗୋଟି ଶବ୍ଦ
ଗୁନ୍ଥିବାକୁ କବିତାର ହାର....
ବେଳେ ଶବ୍ଦ ପୁଞ୍ଜ ଚାଲି ଆସନ୍ତି
ମନ ମଧ୍ୟକୁ ବେଳ ଅବେଳରେ
ପାହାନ୍ତି ସ୍ୱପ୍ନରେ....
ନିଦ ଭାଙ୍ଗିଗଲା ପରେ ଲୁଚିଯାନ୍ତି
ନବ ବଧୂ ପରି ଝରକା ପୁଡ଼ାରେ
ଆଉ ସେ ଭାବ ନଥାଏ ମନ ମଧ୍ୟରେ ....
ତଥାପି ଆତ୍ମାର ଆୱାଜ୍ ଅଟଇ କବିତା
ସୁଗନ୍ଧ ବିତରି ଚାଲେ ପ୍ରେମରେ
ବିରହରେ ହେଲେ ଦେଉଛି ଆନନ୍ଦ....
ଭାବନାର ତାଳେ ତାଳେ ତାଳ ଦେଇ
ଜଗାଏ ନୂତନ ସ୍ପନ୍ଦନ
ସମାଜକୁ ନୂତନ ପଥ....
ଆଜି ଅଟେ ବିଶ୍ଵ କବିତା ଦିବସ
ମାର୍ଚ୍ଚ ଏକୋଇଶ
ମନର ଭାବନା ପରିପ୍ରକାଶେ
ଆତ୍ମା ଲଭୁ ସନ୍ତୋଷ....
ନବରଙ୍ଗପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational