STORYMIRROR

Pradipta Kumar Behera

Inspirational

4  

Pradipta Kumar Behera

Inspirational

ମାଆ

ମାଆ

1 min
13

ଜନନୀ ରୂପରେ ସେହି ଭଗବତୀ

ତାଙ୍କ ସମ ନାହିଁ କେହି

ମୀନରୁ ମାନବ ଗଢି ତୋଳିବାରେ

ଶ୍ରେଷ୍ଠ ବିନ୍ଧାଣୀ ଅଟଇ।।

ଅଳି ଅରଦଳି ସବୁ ଶୋକ ଦୁଃଖ

ନୀରବରେ ଯାଏ ସହି

ସନ୍ତାନର ସଦା ଭଲ ଚାହୁଁଥାଏ

ଆଖିରେ ଲୁହ ଲୁଚେଇ ।।

ଇସ୍କୁଲ ପାଠ ସାରି ଫେରିବା ବେଳେ

ବାଟକୁ ଚାହିଁ ରୁହଇ

ପଣତ କାନିରେ ଧୂଳି ଝାଡ଼ିଦେଇ

ଗାଲକୁ ଗେଲ କରଇ।।

ଜୀବନର ଅପରାହ୍ନ ବୟସରେ

ଆଜି ମୁଁ ଦୂର ଦେଶରେ

ଦୂରଭାଷ ଭ୍ରାମ୍ୟମାଣ ଯନ୍ତରରେ

କଥା ହୁଅଇ ସଧୀରେ।।

ଦେହ ପାଆ ଭଲ ମନ୍ଦ ପଚାରଇ

ଆଖିରେ ଲୋତକ ବିନ୍ଦୁ

ପ୍ରଭୁଙ୍କ ପାଖରେ କରୁଛି ପ୍ରାର୍ଥନା

ପାରିକର ଭବ ସିନ୍ଧୁ।।

ତିନି ସନ୍ତାନର ଜନନୀ ମୋ ମାଆ

ସମ ଭାବ ସମାଦର 

ସଭିଙ୍କୁ ସମାନ ଅଧିକାର ଦିଏ

ନ କରି ଭେଦ ବିଚାର।।

ଗରଭ ଧାରିଣୀ ପାଳନ କାରିଣୀ 

ସେହି ମୋର ମାଆ ବୋଉ

ଗୋଟିଏ ଶବଦର ସାଗର ଟିଏ

ସଦା କୋଳେ ମୁଣ୍ଡ ରହୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational