ଜାତୀୟ ଧ୍ଵଜା ତ୍ରିରଙ୍ଗା
ଜାତୀୟ ଧ୍ଵଜା ତ୍ରିରଙ୍ଗା
ପିଙ୍ଗଳୀ ଭେଙ୍କେୟା ଦେଇଥିଲେ ରୂପ
ସମ ଭାଗ ରଙ୍ଗ ତିନି,
ଖଦୀ କପଡ଼ାରେ ହୁଅଇ ତିଆରି
ପ୍ରସ୍ଥ ଦୁଇ ଲମ୍ବ ତିନି ।
ଉଣେଇଶ ସତଚାଳିଶ ମସିହା
ଜୁଲାଇ ବାଇଶି ଦିନ,
ସମ୍ବିଧାନ ସଭା ଗ୍ରହଣ କରିଲା
ହେଲା ଜାତୀୟ କେତନ ।
ତିନୋଟି ରଙ୍ଗର ସମାହାର ସ୍ଥଳ
ଆମ ଜାତୀୟ ପତାକା,
ଉପରେ ନାରଙ୍ଗୀ ନିମ୍ନରେ ସବୁଜ
ଧଳାରେ ଅଶୋକ ଚକା ।
ବୀରତ୍ଵ ସାହାସ ପ୍ରତୀକ ନାରଙ୍ଗୀ
ସତ୍ୟ ମୈତ୍ରୀର ଶୁଭ୍ର,
ଭାତୃତ୍ବ ଭାବକୁ ସୂଚାଏ ସବୁଜ
ପ୍ରଗତୀ ଅଶୋକ ଚକ୍ର ।
ମୋ ଜାତି ବୈରେଖ ତ୍ରିରଙ୍ଗା ପତାକା
ଭାରତ ଦେଶର ନେତ,
ସହିଦ ହୋଇଲେ କୋଳେଇ ନେଇଣ
ଅଙ୍ଗ କରେ ଆଚ୍ଛାଦିତ ।
ଆଜାଦି କା ଅମୃତ ମହୋତ୍ସବରେ
ଜାତି ବାନା ଘରେ ଘରେ,
ବୈଜୟନ୍ତୀ ଉଡ଼ାଇ ଜାତି ଧର୍ମ ଭୁଲି
ପାଳିବା ଆନନ୍ଦ ମନେ ।
