STORYMIRROR

Pradipta Kumar Behera

Inspirational

3  

Pradipta Kumar Behera

Inspirational

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
163

ଦୁର୍ଗତି ନାଶିନୀ ସଂକଟ ହାରିଣୀ

ତୁହି ମା' ସିଂହ ବାହିନୀ

ତୁମ ଆଗମନେ ଆନନ୍ଦ ଉଲ୍ଲାସେ

ଭରି ଯାଉ ଏ ଧରଣୀ l


ମାଆ ତୁମେ ଶରତର ଆଗମନେ

ଆସ ଥରେ ଅବତରି

ଏଇ ଧରାଧାମକୁ ଉଦ୍ଧାର କର

ପାପୀଙ୍କୁ ବିନାଶ କରି l


କାଶତଣ୍ଡୀ ଫୁଲ ସାଥେ ସୁନ୍ଦର ଏ ଧରା

ମର୍ତ୍ତ୍ୟକୁ ଓହ୍ଲାଇ ଆସ ହେ ମାତା ଦୁର୍ଗା ।


ଜାଣେନା ପୂଜାଦି ନ ଜାଣେ ମନ୍ତର

ହୁଅ ମାତା କଣ୍ଠେ ବିଜେ

କିପରି କରିବି ପୂଜା ଯୋଡି କର 

ଶିଖାଇ ଦିଅ ଗୋ ମୋତେ।


ତୋର ନାମ ଗାଇ ଦିନ ଯାଏ ବହି

ମଙ୍ଗଳ ଆଳତୀ ବେଳ

ଯାଉଅଛି ଗଡ଼ି ମାଆ ମାଆ ଡ଼ାକି

ବିଜେ ହୁଅ ହେ ସହଳ।


ଦଶଭୁଜା ମାଆ ଗୋ ତୁହି ମହିଷାମର୍ଦ୍ଦିନୀ

କୃପା ତୁମ ଢ଼ାଳି ଦିଅ ମା' ଗୋ କ୍ରୁପାମୟୀ ।


ମାଆ ଗୋ ମୁହିଁ ତ ଅଧମ ଜନ

ମା ଗୋ ଲୋଡ଼ା ନାହିଁ ଧନ, ଜନ

ମା ଗୋ ତୁମରି ଦର୍ଶନ ପାଇଁ

ବ୍ୟାକୁଳିତ ସଦା ମନ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational