STORYMIRROR

Pradipta Kumar Behera

Inspirational

4  

Pradipta Kumar Behera

Inspirational

ଜୟ ଶ୍ରୀ ରାମ

ଜୟ ଶ୍ରୀ ରାମ

1 min
6

ରଘୁ ବଂଶର ଚନ୍ଦ୍ରମା, ଦୟାମୟ
ଜୟ ହେ ଜୟ ଶ୍ରୀ ରାମ,
ସତ୍ୟ ନ୍ୟାୟ ଆଉ ଧର୍ମର ଆଦର୍ଶ
ଶୁଭେ ଜଗତରେ ନାମ।
ସୀତା ପତି, ଦଶରଥଙ୍କ ନନ୍ଦନ
ଆହେ ମର୍ଯ୍ୟାଦାର ଧନ,
ରାକ୍ଷସ ବିନାଶୀ ସୀତା ଉଦ୍ଧାର,
ଦେଖି ସନ୍ତୋଷ ଏ ମନ।
ହନୁମାନ ଗଲା ଚୁମନାମ ନେଇ
ଦହନ କଲା ଲଙ୍କାକୁ,
ସେତୁ ବନାଇ ଲଙ୍କାକୁ ବିଜେ କରି
ଉଦ୍ଧରିଲ ମା' ସୀତାଙ୍କୁ।
ଧନୁଶର ଧରି ଜଗତ ପାଳନ
ଅସୁର ବିନାଶ କର,
ଦୟା ଦୃଷ୍ଟି ଦିଅ ଆହେ ରଘୁବର
ଭକ୍ତର ହୃଦୟ ଭର।
ଜୟ ରାମ, ଜୟ ରଘୁନାଥ,
ଜୟ ପତିତପାବନ,
ତୁମର ପାଦରେ ଶରଣ ପଶୁଛି,
ସ୍ମରେ ରାତି ଆଉ ଦିନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational