STORYMIRROR

Pradipta Kumar Behera

Children

3  

Pradipta Kumar Behera

Children

ଆମରେ ଶିଶୁ

ଆମରେ ଶିଶୁ

1 min
15


ଆମେରେ ଶିଶୁ

ପୁଣ୍ୟ ଏଇ ଧରା ଧାମରେ

ପୂଣ୍ୟ ସାଗର କୋଳରେ

ଆମେ ଯେତେ ଶିଶୁ ଶାବକ

ସବୁ ହୀରା ମୋତି ମାଣିକ 

ଆମେରେ ଇନ୍ଦ୍ର ଧନୁର ଝଲକ

ଆମେ ଦୁର୍ବଳର,ଆମେ ପୀଡ଼ିତର

 ଆମେ ଭଗ୍ନ ହୃଦୟର ମହକ ।।


ଉଚ୍ଚ ନୀଚ୍ଚ ଭେଦଭାବ ନୁହେଁ ଆମ ଭାବନ

ସବୁ ଧର୍ମ ସବୁ ଜାତି ଅଟୁ ଏଠି ସମାନ

ଅଟଇ ପ୍ରତୀକ ଆମ ତ୍ରିରଙ୍ଗା ପତାକା

ଗାଇ ଯିବା ମନଛୁଆଁ ଜନ ମନ ଗୀତିକା

ଆଗେଇ ଯିବାରେ ଆମେ 

ନ ମାନି ଶୀତ ଖରା ବତାସ

ବିଛୁରିବା ଆମ ପାଶେ 

ଅଛି ଯେତେ ସୁବାସ ।।


ଦୂରେ ଫିଙ୍ଗି ରାଗ ଦ୍ୱେଷ

ସ୍ୱଚ୍ଛ ରଖି ପରିବେଶ

ଲଗାଇବା ସବୁ ଗଛ

ଆଗ ପିଢ଼ି ସୁରକ୍ଷିତ

ଭାଇଚାରା ବନ୍ଧନରେ ହୋଇଣ ବାନ୍ଧି

ସୃଷ୍ଟି ରକ୍ଷା କରିବାରେ

ଆଗେଇ ଯିବା

ବିଜୟର ଟୀକା ମଥାରେ ପିନ୍ଧି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children