STORYMIRROR

Pradipta Kumar Behera

Inspirational

4  

Pradipta Kumar Behera

Inspirational

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
209

ଜଳ ଦିବସ ପ୍ରଦୀପ୍ତ କୁମାର ବେହେରା
 ଜଳ ହେଉଛି ଜୀବନ ଆମର,
ତା’ବିନା ନାହିଁ ଅସ୍ଥିତ୍ୱ ଧରାର।
ପ୍ରତ୍ୟେକ ବୁନ୍ଦାରେ ରହିଛି ଶକ୍ତି,
ବଞ୍ଚାଇ ରଖ ଏ ଜୀବନ ସମ୍ପତ୍ତି।
ଝରଣା, ନଦୀ, ଏବଂ ସାଗର,
ପ୍ରାଣ ଅଟନ୍ତି ଆମ ଜୀବନର ।
ବିନା ସତର୍କତାରେ କଲେ ବ୍ୟବହାର ,
ଅସ୍ଥିତ୍ଵ ହଜିବ ନିଶ୍ଚୟ ଜଳର ।
ଜଳ ଅଟଇ ପ୍ରକୃତିର ଅମୂଲ୍ୟ ରତ୍ନ
ସତ୍ ବ୍ୟବହାର କର ସଜ୍ଜନ।
କରିବା ଜଳ ସଂରକ୍ଷଣ ଓ ପରିଚାଳନା,
ଭବିଷ୍ୟତ ପିଢ଼ି ନ ହେଉ ବାଟବଣା। ସଚେତନତାର ବାର୍ତ୍ତା ବହନକରି
ଜନ ଜାଗରଣେ ଆସ ବାହାରି ।
ଜଳ ହେଉଛି ସବୁର ଆଶା,
ସଞ୍ଚୟ ବିନା ହେବ ନିରାଶା।
ଆଜିର ଦିନରେ ନେଇ ଶପଥ
ସୁଗମ କରିବା ଜୀବନ ପଥ।

ନବରଙ୍ଗପୁର


Rate this content
Log in

Similar oriya poem from Inspirational