STORYMIRROR

Basanti Pattnaik

Inspirational

3  

Basanti Pattnaik

Inspirational

ଅହଂ

ଅହଂ

1 min
199

      ଧନ,ମାନ ସବୁ କ୍ଷଣସ୍ଥାୟୀ

       ନ କର ମାନ, ଏହାକୁ ନେଇ

       ଧନ ଗରବରେ ଫୁଲେଇ ଛାତି

       ନ ମାନେ କାହାକୁ ଦେଖେଇ ଖାଦି

       ଗରିବ ଦେଖିଲେ କହେନି କଥା

        ଅନ୍ତରରେ ଦିଏ ଅନେକ ବ୍ୟଥା

        ଭଡଭଡ ହୋଇ କହେ ନେତାଙ୍କ କଥା

         ସେମାନେ ଭି ଚାଟନ୍ତି ଏଙ୍କରି ଜୋତା

         ଘରେ ତାର ମାଳମାଳ ଚାକର ବାକର

         ସମସ୍ତଙ୍କୁ ରଖିଛି କରି ବୁଲା କୁକୁର

         ଧନ ଗର୍ବରେ ସେ ଫାଟି ପଡୁଛି

          ସାହାଯ୍ୟ କଲେ ଉଘେଇ ହ‌ଉଛି

         କୋରୋନା ଠୁ ସିଏ ପାଉନି ଶିକ୍ଷା

          ଭିଡିଛି ମୁହଁରେ ଗର୍ବର ମୂଖା

          ଅହଂ ରେ ସେତ ପଡୁଛି ଫାଟି

          ପ୍ରକୃତ ସତ୍ୟ କୁ ପାରେନି ବୁଝି

          ମୂର୍ଖକୁ କିଏ ବୁଝାଇବ କଥା

           ଧନ,ମାନ ସବୁ କ୍ଷଣିକ ଅବସ୍ଥା

           ଆସିଛୁ ଏକାଲୋ ଯିବୁତୁ ଏକା

            ଧନ, ଅଭିମାନ ସବୁ ତ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ ବୃଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational