STORYMIRROR

ଆସିଛି ଅଗଷ୍ଟ ପନ୍ଦର

ଆସିଛି ଅଗଷ୍ଟ ପନ୍ଦର

1 min
14.2K


ତ୍ରିରଙ୍ଗା ଆମର ଉଡେ ଫରଫର

ଆସିଛି ଅଗଷ୍ଟ ପନ୍ଦର

ନାରଙ୍ଗି ଧବଳ ସବୁଜ ରଙ୍ଗର

ମଝିରେ ଅଶୋକ ଚକର।।

ଚବିଶ ଅରର ଚକ୍ରକୁ ଦେଖିଲେ

ମନରେ ଆସେଟି ବିଚାର

ଦେଶର ପ୍ରଗତି, ଜାତିର ଉନ୍ନତି

ହେଉଛି ମୂଳ ମନ୍ତର।।

ସାହାସ ଓ ସତ୍ୟ, ଶାନ୍ତି ଓ ବୀରତ୍ଵ

ପ୍ରସିଦ୍ଧ ଆମ ଭାତୃତ୍ବ

ବିଶ୍ଵ ଦରବାରେ ତ୍ରିରଙ୍ଗା ଉଡେରେ

ଶ୍ରେଷ୍ଠ ଭାରତ ନେତୃତ୍ଵ।।

ତ୍ରିରଙ୍ଗା ହେଉଛି ଦେଶର ଜୀବନ

ଆମେ ପରା ତା ସନ୍ତାନ

ଦେଶ ମାତୃକାର ଟେକ ରଖୁଥିବା

ଦେଇ ସଦା ମନ ପ୍ରାଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational