Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

5.0  

Sadananda Sahoo

Inspirational

ସମୃଦ୍ଧି ପରବ ଏ ରକ୍ଷାବନ୍ଧନ

ସମୃଦ୍ଧି ପରବ ଏ ରକ୍ଷାବନ୍ଧନ

1 min
7.0K


ପୁରାଣେ ବର୍ଣ୍ଣିତ ସମୃଦ୍ଧି ପରବ

ଏ ରକ୍ଷା ବନ୍ଧନ ମିତ ;

ହୃଦୟ ସହିତ ହୃଦୟକୁ ଯୋଡେ

ଭଗ୍ନୀ ପ୍ରେମ ସନ୍ନିହିତ !

ଭାବ ବନ୍ଧନରେ ଭଗ୍ନୀ ହଜିଯାଏ

ଆଶାର ପ୍ରଦୀପ ଜାଳି ;

ଭାଇ ଏକା ତା'ର ପ୍ରିୟ ସହୋଦର

ଭଗ୍ନୀ ଦେବୀ କରେ ଅଳି !

ଅତି ଶରଧାରେ ସୂତା ଖିଅ ବାନ୍ଧେ

ମଙ୍ଗଳ କାମନା କରି ;

ହେ ସୁନା ଭାଇ ଯିବୁ ନାହିଁ ହାରି

ଚାଲିବି ତୋ ହାତ ଧରି !

ପବିତ୍ର ସମ୍ପର୍କ ଅତି ସୁମଧୁର

ଆଦର୍ଶରେ ଆଦର୍ଶିତା;

ଭଗ୍ନୀ କହେ କଥା ସମ୍ପର୍କ କୁହୁକେ

ଭାଇ ମୋ ଜଗତ ଜିତା !

ଛାଇ ପରି ଭାଇ ରହି ଥିବୁ ସଦା

ଏଇ ତୋ' ଭଗିନୀ ଆଶା;

ବିପଦ ଆପଦେ ହବୁ ମୋର ସାହା

ଏଇ ମୋ ହୃଦୟ ଭାଷା !

ଦେଶ ମାତୃକାର ସୀମାର ସୈନିକ

ଜନନୀର ଯୋଗ୍ୟ ସୁତ ;

ଏ ଭାରତ ଦେଶ ତୋ' ପରାଣ ମିତ

ତୁହିଁ ମୋ' ହୃଦ ସଙ୍ଗାତ !

କରିଛି ପ୍ରତୀକ୍ଷା ହେ ମହାନ ଆତ୍ମା

କୁଶଳେ ଆସିବ ନୀଡ଼େ ;

ରାକ୍ଷୀ ପୂର୍ଣିମା ରେ ଚନ୍ଦ୍ରମା ହସିବ

ଭଗିନୀ ଦୁଲଣୀ କୋଳେ !

ସଦାନନ୍ଦ ସାହୁ ଧୁରୁଷିଆ ; ଆଠଗଡ଼ ; କଟକ ;


Rate this content
Log in

Similar oriya poem from Inspirational