STORYMIRROR

Kalish Chandra Parhi

Inspirational

3  

Kalish Chandra Parhi

Inspirational

ନାରୀ

ନାରୀ

1 min
13.5K


ନାରୀ ଏକ ଭାବୋଚ୍ଛ୍ବାସ

ଶବ୍ଦର କାଉଁରୀ,

ନାରୀ ଏକ ସ୍ରୋତସ୍ଵିନୀ

ନଦୀର ଭଉଁରୀ ।

ନାରୀ ଏକ ପ୍ରଭାତର

ଛବିଳ ବର୍ଣ୍ଣାଳି,

ନାରୀ ଏକ ମଧ୍ୟାହ୍ନର

ମଧୁର କାକଳି ।

ନାରୀ ଏକ ଜଳସ୍ନାତା

ଶିଳାର ଶିଉଳି,

ନାରୀ ଏକ ସାୟାହ୍ନର

ଅଲିଭା ଦୀପାଳି।

ନାରୀ ଏକ ପ୍ରତିଭାର

ପରି ବ୍ୟାପ୍ତ ଆଭା,

ନାରୀ ଏକ ସୁଷମାର

ଅଲୌକିକ ଶୋଭା।

ନାରୀ ଏକ ସର୍ବବ୍ୟାପୀ

ସତ୍ତାର ପୁଲକ,

ନାରୀ ଏକ ପରିପୂର୍ଣ୍ଣ

ସୃଷ୍ଟିର ଝଲକ।

ନାରୀ ଦିବ୍ୟ ଆଭାମୟୀ

ନାରୀ ସ୍ବୟଂସିଦ୍ଧା,

ନାରୀ ନାରାୟଣୀ ନାରୀ

ଅଟଇ ବସୁଧା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational