STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ସେଇ ଏ ମଣିଷ ଜାତି

ସେଇ ଏ ମଣିଷ ଜାତି

1 min
148


ବିଜ୍ଞ ମାନବ ଜାତି,

ପ୍ରଜ୍ଞାର ବଳେ  ଜିଣିପାରେହେଳେ

              ସସା ଗରା ଧରା କ୍ଷିତି।।


ସେ ଜାତିର ଆଜି ଏ ଅଧଃପତନ

              କାହିଁକି କାହିଁକି କୁହ,

ବିଧାତାର ଯିଏ ଏତେ ଆପଣାର

              ଅଟେପୁଣି ଏତେ ପ୍ରିୟ।

ସେଇ ଏ ମଣିଷ ଜାତି

ସୃଷ୍ଟିରେ ସାର ଜୀବରେ ଶ୍ରେଷ୍ଠ

               ସ୍ରଷ୍ଟାର ପ୍ରିୟ ସୃଷ୍ଟି

କୃଷ୍ଟିରେ ଯାର ମୁଗ୍ଧ ଦେବତା

               ଆଶୀଷ କରନ୍ତି ବୃଷ୍ଟି।


ଦୃଷ୍ଟି ଯାହାର  ସୁଦୂର ଲମ୍ବୀ

              ଲଙ୍ଘଇ ତିନିକାଳ,

ସୃଜନୀ କଳାର ଅଦ୍ଭୁତ ଶକ୍ତି

             ଯାଠାରେହୋଇଛି ଠୁଳ।

ସେଇ ଏ ମଣିଷ ଜାତି

ମହାଜାଗତିକ ଚେତନାରେ ଭରା

         ଜୀବରେ ଆଲିଭା ଜ୍ୟୋତି।।


ସେଇଜାତି ଆଜି ନିଷ୍ପ୍ରଭ କିଆଁ

          ବିସ୍ମରି ନିଜ ଧର୍ମ,

ମାନବିକତାର ମୂଲ୍ୟବୋଧରୁ

          ସ୍ଖଳିତ କିଆଁତା କର୍ମ

ନୀତି ଅନୀତିର  ବିଚାର କାହିଁକି

          ଉଣାଆଜି ତାହାଠାରେ,

ସାମାଜିକତାର  ଶୃଙ୍ଖଳାଠାରୁ

          କାହିଁକି ଆଜି ସେ ଦୂରେ।


ବିବେକ ବୁଦ୍ଧି  ଜ୍ଞାନର ବଳେ ଏ

           ଜାତି ସିନା ବଳୀୟାର,

ଅବିବେକିତା ଓ ଅଜ୍ଞାନତାରେ

           ଧ୍ବଂସ ହିଁ ହେବା ସାର।

ଏ ମହାଜାତିର  ହେ ମହାମାନବ

           ଉଠ ଜାଗ୍ରତ ହୁଅ,

ବିଧାତାର ଏଇ   ସୃଷ୍ଟିକୁ ବାରେ

           ଅମୃତ ସ୍ପର୍ଶ ଦିଅ।  

          ******


 ଆମେରେ ଏକ ମଣିଷଜାତି

   ***

ମାଟିର ଏଇ ସ୍ବର୍ଗ ପୁରେ

        ଆମେରେ ଏକ ମଣିଷ ଜାତି,

ଗୋଟିଏ ଉପାଦାନରେ ଗଢା଼

       ଏଇଯେ ଦେହ ଅମରାବତୀ।।


ଏଇମନରେ ବୃନ୍ଦାବନ

ଶୁଭେ ନାହିଁକି ମୁରଲୀ ସ୍ବନ

ଏଇ ହୃଦୟେ ବହୁଛି ପରା

       ପ୍ରେମର ସେଯେ ଅମରାବତୀ।


ଏଇଠି ଅଛି ସ୍ବର୍ଗଶିରୀ

ଆମେରେ ସବୁ ତୀର୍ଥାଚାରୀ

ପୂଣ୍ୟ ଭବ ସାଗର ତୀରେ

        ଧର୍ମ ପଥେ ଆମର ଗତି।।


ଜୀବନ ଏଠି କି ଆନୁପମ

ନାଚଇ ସଦା ଝରଣାସମ

ଅମୀୟ ଭରା କଣ୍ଠେ ତାର

        ପ୍ରୀତିର ମଧୁ ଝରଇ ନିତି।।


ଆମେରେ ଯିବା ପୁଲକେ ମାତି

ହଟାଇ ଯେତେ ବିଷାଦ ରାତି

ହର୍ଷଭରେ ଗାଇବା ଆମେ

       ଆମେରେ ଏକ ମଣିଷ ଜାତି।।


Rate this content
Log in