ଗୀତା ବନ୍ଦନା
ଗୀତା ବନ୍ଦନା
ଗୀତାପରି ଶାସ୍ତ୍ର ନାହିଁ ଜଗତେ,
ଗୀତାହିଁ ପୀୟୂଷ ଅଟେ ଏ ମର୍ତ୍ତ୍ୟେ।
ଯାହାକୁ ପଠନ ମନନକଲେ,
ଆତ୍ମୋନ୍ନତି ଘଟେ ପ୍ରାଣୀର ଭଲେ।
ସକଳ ଶାନ୍ତିର ଆଧାର ସେହି,
ଅସୀମ ତୃପ୍ତି ଯେ ପାରଇ ଦେଇ।
ଗୀତା ଅନିର୍ବାଣ ଆଲୋକ ଶିଖା,
ଜୀବ ପରମକୁ ଯୋଗ ସେ ରେଖା।
ସ୍ରଷ୍ଟାଙ୍କ ଶ୍ରୀମୁଖୁଁ ସୃଷ୍ଟ ଯେ ବାଣୀ,
ସୃଷ୍ଟିରେ ଅମୂଲ୍ୟ ସମ୍ପଦ ଜାଣି।
ମାନବ କଲ୍ୟାଣ ଅର୍ଥେ ଯା ଜାତ,
ସକଳ ଜ୍ଞାନର ସେ ମୂଳ ମନ୍ତ୍ର।
ଗୀତାବିନା ଗତି ମୁକତି ନାହିଁ,
ତାବିନା ଜୀବନ ବ୍ୟର୍ଥରେ ଯାଇ।
ଗୀତା ତତ୍ତ୍ବ ଅତି ଗହନ କଥା,
ପଠନ ଶ୍ରବଣେ ନରହେ ବ୍ୟଥା।
ଭବାର୍ଣ୍ଣବ ଜଳେ ସେ ମଙ୍ଗୁଆଳ,
ଗୀତାରେ ରସହେ ପ୍ରାଣୀ ସକଳ।
