ରାହା ଦିଅ ଜୀଇଁବାର
ରାହା ଦିଅ ଜୀଇଁବାର
ସାମାଜିକତାର
ଛନ୍ଦ ଭୁଲିଛି
ଆଜି ଏ ମାଟିର କବି,
ନୟନ ପଟଳେ
ନାଚି ଉଠେ ତାର
ପ୍ରୀତି ପ୍ରଣୟର ଛବି।
ସଂଘାତେ ଏଠି
ସଢୁଛି ସମାଜ
ନାହିଁ ବିଦ୍ରୋହ ସ୍ବର,
ସଂଳାପ ହୁଏ
କ୍ଷୀଣ ଦୁର୍ବଳ
ନିସ୍ତେଜ ମସୀ ଗାର।
କାହିଁକି ହେ କବିକୁହ ?
ଦେଖିପାରୁନକି
ପୀଡି଼ତା ଜନନୀ
ନୟନ ତଳର ଲ
ୁହ ।
ଲେଖନୀକୁ କର
ସବଳ ସଚଳ
ବହୁମୁଖୀ ମୁଖାଖୋଲ,
ଉଦିତ ସୂର୍ଯ୍ୟର
ରକ୍ତିମ ଆଭା
ହେଉ ଏଠି ଝଲମଲ।
ହେ ସ୍ବାଧୀନ ଚେତା
ହୀନମନ୍ୟତା
ଅନ୍ତରୁ କର ଦୂର,
ସନ୍ଦେଶ ଦିଅ
ଧରଣୀ ବାସୀଙ୍କୁ
ରାହାଦିଅ ଜୀଇଁବାର।
କବି ତୁମେ ଏ ମାଟିର,
ସଂସ୍କାର ଆଣ
ଲେଖନୀ ମୂନରେ
ତୋଳି ନବ ଝଙ୍କାର।