STORYMIRROR

Bunee Tripathy

Tragedy Others

3  

Bunee Tripathy

Tragedy Others

ସୁଅ ମୁହଁରେ ପତର

ସୁଅ ମୁହଁରେ ପତର

1 min
206


ନାଆଟେ ଦେଇଛ ପାରି କରିବାକୁ

   ସଂସାର ସାଗର ପରା

ଦେଇଅଛ ବୋଲି ନାମତ ବୋହିଛ

   ଦେଖିବାକୁ ସେ ଦଦରା।


କେତେ ମୁଁ ସଜାଡି ଚାଲିବି ଅଗରୁ

   ଅକାତକାତ ତ ପାଣି

ପାଏ ନାହିଁ କାତ ମଝି ଗଣ୍ଡସ୍ଥଳେ

  ଦଦରା ଡଙ୍ଗାଟେ ପୁଣି।



ରୋଗ ବ୍ୟାଧି ସବୁ ଖଞ୍ଜି ତ ଦେଇଛ

   ପାରୁ ନାହିଁ ଆଉ ମୁହିଁ

ଦୁଃଖର ପାହାଡ଼ ପାରି କରିବାକୁ

   ମନରେ ଭରସା ନାହିଁ।


ଘର ବୋଲି ଯାହା କହିବା ପାଇଁକି

  ଦେଇଛ ଚାଖଣ୍ଡେ ଭୂଇଁ

ଆତ୍ମିୟ ସ୍ବଜନ ବନ୍ଧୁ ପରିଜନ

   ଏକକୁ ଆରେକ ତହିଁ।


କାହାକୁ ନେଇ ମୁଁ ଦଦରା ଡଙ୍ଗାରେ

   ପାରି କରିବି ସାଗର

ଦୁଇ ହାତ ମୋର ଆହୁଲା ସାଜିଛି

   ସୁଅ ମୁହଁରେ ପତର।


କେତେବେଳେ ନାଆ ବୁଡ଼ିଯିବ ପରା

   ହେଉଅଛି ଟଳମଳ

ହାବୁକା ହାବୁକା ପାଣି ତ ପଶୁଛି

   ଜୀବନକୁ ନାହିଁ ଡର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy