STORYMIRROR

Kalpana Kumari Pradhan

Tragedy

3  

Kalpana Kumari Pradhan

Tragedy

ମନପକ୍ଷୀ

ମନପକ୍ଷୀ

1 min
162

ମନ ପକ୍ଷୀ ଉଡ଼ିଯାଏ ଦୂରେ ବହୁ ଦୂରେ

ସପତ ସାଗର ଲଙ୍ଘି ତେର ଦରିଆ ପରେ l


ମିଠା ମିଠା ଗୀତ ଗାଇ ପବନର ତାଳେ

ଡେଣା ଝାଡ଼ି ଉଡେ ନୀଳ ଆକାଶର କୋଳେ l


ନିଦାଘ ତାତିରେ ବି ଅନୁଭବେ ହେମ ଶୀତଳତା

ନୀରବ ନିଷ୍ପ୍ରଭ ଓଠୁଁ ରୁ ଝରାଏ ହସର ମୁକୁତା l


ପକ୍ଷୀ ଅଛି ମନମାରି କରିଛି ସେ ରୋଷ

ହୋଇଛି ସେ ବନ୍ଦୀ ଜାଣେନା ତା ଦୋଷ l


ଶରୀର ପିଞ୍ଜରା ତାକୁ ଦେଉଛି ଅସହ୍ୟ କଷଣ

ମେରୁ ଠାରୁ ଭାରି, ବିହି ହେଲାକି ପାଷାଣ


ମନ ମୋର ଖୋଜୁଅଛି ସେହି ପିଲାଦିନ

ମନପକ୍ଷୀ ସଙ୍ଗେ ଉଡି ଦେଖୁଥିଲି ନବ ସ୍ୱପ୍ନ l


ବାହୁରେ କି ଭରିଥିଲା ଶତ ପରାକ୍ରମ

ପକ୍ଷୀ ସଙ୍ଗେ ତାଳ ଦେଇ କରୁଥିଲି କର୍ମ l


ସମୟ ପୂର୍ବରୁ କି ଦିନମଣି ଗଲେ ଅସ୍ତାଚଳେ

କାହିଁକି ତନୁ ଲଭେ ଯନ୍ତ୍ରଣା ମନରେ ଭାଳେ l



Rate this content
Log in

Similar oriya poem from Tragedy