ସପନର ଶେଷ
ସପନର ଶେଷ
ଜୀବନର ମାନେ ଏଠି
ଦୁଇ ମୁଠା ପାଉଁଶରେ ଶେଷ
ମନର ଆଇନା ତଳେ
ଲୁଚି ଯାଏ ଜୀବନର
ଯେତେ ଅବଶୋଶ
ଶାଣିତ ଏ ଖୁର ଧାରେ
ଚାଲିବାକୁ ହୁଏ ଏଠି
ସହି ସବୁ ନିନ୍ଦା ଅପବାଦ
ଅଛି ଯେତେ କୁତ୍ସିତ ରଚନା
ଭାବିବାର ବେଳ ନାହିଁ
ଭୁଲ ଠିକ୍ ହିସାବର
ସୁନେଲି କଳ୍ପନା
ଭୁଲିଗଲେ ବାଟକେବେ
ସଜାଡୁ ସଜାଡୁ ନୀଡ଼
ପୁଣି ଭାଙ୍ଘି ଯାଏ
ଦିଗନ୍ତ ବିସ୍ତାରି ଆଶା
ସପନର ଶେଷେ
କଳ୍ପନାର ଜାଲ ବୁଣି ଦିଏ
ଏ ଦୁନିଆ ଦୁଇଦିନ
ସବୁ ଏଠି ମାୟା ମରୀଚିକା
ବାଟେ କେବେ ଝୁଣ୍ଟି ଦେଲେ
ପୁଣି ଚାଲିବାକୁ ହୁଏ ଏକା ଏକା
ସମୟଟା ଲାଗେ ଫିକା ଫିକା
