STORYMIRROR

Pravatirani Mohanty

Tragedy

3  

Pravatirani Mohanty

Tragedy

ସପନର ଶେଷ

ସପନର ଶେଷ

1 min
203

ଜୀବନର ମାନେ ଏଠି

ଦୁଇ ମୁଠା ପାଉଁଶରେ ଶେଷ 

ମନର ଆଇନା ତଳେ

ଲୁଚି ଯାଏ ଜୀବନର

ଯେତେ ଅବଶୋଶ 

ଶାଣିତ ଏ ଖୁର ଧାରେ 

ଚାଲିବାକୁ ହୁଏ ଏଠି 

ସହି ସବୁ ନିନ୍ଦା ଅପବାଦ

ଅଛି ଯେତେ କୁତ୍ସିତ ରଚନା

ଭାବିବାର ବେଳ ନାହିଁ 

ଭୁଲ ଠିକ୍ ହିସାବର 

 ସୁନେଲି କଳ୍ପନା

ଭୁଲିଗଲେ ବାଟକେବେ 

ସଜାଡୁ ସଜାଡୁ ନୀଡ଼

ପୁଣି ଭାଙ୍ଘି ଯାଏ

ଦିଗନ୍ତ ବିସ୍ତାରି ଆଶା

ସପନର ଶେଷେ 

କଳ୍ପନାର ଜାଲ ବୁଣି ଦିଏ 

ଏ ଦୁନିଆ ଦୁଇଦିନ 

ସବୁ ଏଠି ମାୟା ମରୀଚିକା

ବାଟେ କେବେ ଝୁଣ୍ଟି ଦେଲେ

ପୁଣି ଚାଲିବାକୁ ହୁଏ ଏକା ଏକା 

ସମୟଟା ଲାଗେ ଫିକା ଫିକା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy