ଜୀବନ ଯୁଦ୍ଧ
ଜୀବନ ଯୁଦ୍ଧ
ଅପେକ୍ଷାର ଅନ୍ତ, ନା ଆଶାର ସମାପ୍ତି
ଜାଣି ହେଉନି ।
ଜୀବନ ଛକରେ ରାସ୍ତାର ସନ୍ଧାନ
ଖୋଜି ପାଉନି ।
ଛାତିରେ କୋହ ଅଛି କିନ୍ତୁ
ଆଖିରେ ଲୁହ ନାହିଁ ।
ଆଖିରେ ଲୁହ ନାହିଁ ,ଓଠ ହସୁଛି
କିନ୍ତୁ ନୁହେଁ ସେ ହସ ନିଜ ପାଇଁ ।
ଲକ୍ଷ୍ୟ ସାଜିଛି ମରୀଚିକା
ସ୍ବପ୍ନ ପାଲଟିଛି ଛାଇ
ଅସ୍ତିତ୍ଵ ଯାହାର ହେଇ ଅଛି ହେଇ ନାହିଁ ।
ଜାଣିଛି ଭାଗ୍ୟକୁ ନିନ୍ଦିବା ମୂର୍ଖାମି
କର୍ମଫଳକୁ ଅପେକ୍ଷା କରିବା ବୋକାମି
ତଥାପି କରୁଛି ମୁଁ ସେ ପାଗଳାମୀ ।
ହାରିଗଲି ନା ଜିତିବାର ଚେଷ୍ଟା ଛାଡ଼ିଦେଲି
କିଛି ପାଇଲି ନା ସବୁ ହରେଇଦେଲି
ଏ ପ୍ରଶ୍ନ ଏବେ ନିଜକୁ ପଚାରିବା ଛାଡ଼ିଦେଲି।
ଶେଷରେ ଜୀବନ ଗୋଟେ ଯୁଦ୍ଧ
ମୁଁ ଛୋଟ ଗୋଟେ ଯୋଦ୍ଧା
ବାସ୍ ଏଇ କଥା ମୁଁ ମାନିନେଲି।
