STORYMIRROR

Barsa Pradhan

Abstract

2  

Barsa Pradhan

Abstract

ଶୀତ ର ରୂପ

ଶୀତ ର ରୂପ

1 min
411

ସେଦିନ ମୁଁ ସ୍ୱଚକ୍ଷୁରେ ଦେଖିଲି ଶୀତକୁ,

ଶୀତବସ୍ତ୍ର ବିହିନ ତା ଫୁଙ୍ଗୁଳା ଦେହକୁ

ଖଣ୍ଡ ଖଣ୍ଡ ହୋଇଥିଲା ତାର ଶୁଷ୍କ ଓଠ,

ବିନା ଶବ୍ଦେ କହୁଥିଲା ଯାବତୀୟ କଷ୍ଟ

ଧ୍ୟାନରେ ଦେଖିଲେ ତାର ଫର ଫର ବାଳ,

ନିର୍ବୋଧ ବି ଜାଣିଯିବ ଏହା କେଉଁ କାଳ

ମରୁଡ଼ିର ସ୍ପର୍ଶ ପରେ ଜମିର ଯେ ହାଲ,

ସେହିପରି ଦିଶୁଥିଲା ତାର ଦୁଇ ଗାଲ

ଧୀରେ ଧୀରେ ମୁହାଁଇଲି ମୁଁଇ ତା ଆଡକୁ,

ଆଖି ମୋର ସ୍ପର୍ଶ କଲା ତା ଦୁଇ ଆଖିକୁ

ନୟନେ ତା ଲୁଚିଥିଲା କାହିଁ କେତେ ନୀର, 

ମୁଦିଥିଲେ ଝରିଥାନ୍ତା ଅଶ୍ରୁ ଧାର ଧାର

ତାକୁ ଦେଖି ବହିଗଲା ମୋ ଲୋଚନ ବାରି,

କେଜାଣି କେଉଁଥିରେ ତା ଦେହ ତିଆରି

ଲମ୍ବା ଲମ୍ବା କାଠି ଗୋଡ ସଙ୍ଗେ ରୁକ୍ଷ ଦେହ,

ଛାତି ତଳେ ଚାପିଛି ସେ ଅଜସ୍ର କୋହ

ଛୁଁଇବାକୁ ଚେଷ୍ଟା କଲି ତା ଦୁଇ ହାତକୁ,

ମାପିବାକୁ ଇଚ୍ଛାଥିଲା ତା ତାପମାତ୍ରାକୁ

ଚାହୁଁ ଚାହୁଁ ଧାଇଁଗଲା ସେ କିଛି ଦୂରକୁ,

ସେଦିନ ମୁଁ ସ୍ୱଚକ୍ଷୁରେ ଦେଖିଲି ଶୀତକୁ

ସେଦିନ ମୁଁ ସ୍ୱଚକ୍ଷୁରେ ଦେଖିଲି ଶୀତକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract