STORYMIRROR

Barsa Pradhan

Classics

2  

Barsa Pradhan

Classics

ବାର୍ଦ୍ଧକ୍ୟର ସୌନ୍ଦର୍ଯ୍ୟତା

ବାର୍ଦ୍ଧକ୍ୟର ସୌନ୍ଦର୍ଯ୍ୟତା

1 min
159

ହେଇ ହେଇ ଦେଖ ଦେଖ ସେ ରାମ ବୁଢାକୁ,

ଅଧା ମେଲା ତାର ସେହି ପାକୁଆ ପାଟିକୁ

ଏକଥା ମୁଁ ଶୁଣି ଯେବେ ଚାହିଁଲି ପଛକୁ,

ବାର୍ଦ୍ଧକ୍ୟର ଚଲାପଥେ ଭେଟିଲି ଶୈଶବକୁ

ଧୀରେ ଧୀରେ ପାଦଚାପି ବଢୁଥିଲେ ସେ ଆଗକୁ,

ଶିଖୁଥିଲେ ଯେପରି ସେ ନୂଆ ଚାଲିବାକୁ

ହାତରେ ସାହାରା ଥିଲା ବଙ୍କୁଲିର ବାଡି,

ପିଲାଟି ଧରିଲାପରି ମା ହାତକୁ ଜାବୁଡି

ବସ୍ତ୍ର ନାମେ ପିନ୍ଧିଥିଲେ ଆଣ୍ଠୁଛୁପା ଧୋତି, 

ଗାମୁଛାରେ ଢାଙ୍କିଥିଲେ ହାତ ଆଉ ଛାତି

ଥିରିକରି ବସିଲେ ସେ ଚଉକି ଉପରେ,

ହାତଠାରି ଡାକିଲେ ସେ ବଡ ସରାଗରେ

ଠାଣି ତାଙ୍କ ଥିଲା କୁନି ଛୁଆଟିଏପରି,

ସେ ଡାକେ ଯେମିତି ଚିହ୍ନା ଲୋକକୁ ଆଦରି

ବାଳୁତଟେ ପରି କହୁ ଥିଲେ ଖଣ୍ଡି କଥା,

ପଶୋରିଥିଲେ ସେ ସବୁ ଦୁଃଖ ଆଉ ବ୍ୟଥା

ଶିଶୁପରି ତାଙ୍କ ପାଖେ ନଥିଲା ମଧ୍ୟ ଧୈର୍ଯ୍ୟ,

ଶୁଣିବାକୁ କଥାଟେ ହେଉ ଥିଲେ ସେ ଅଧୈର୍ଯ୍ୟ

ବାଃ ବାଃ ବିଧାତା ବାଃ ତୋ କାରୁକାର୍ଯ୍ୟ,

ଦେଖିଲି ମୁଁ ଏ ନୟନେ ବାର୍ଦ୍ଧକ୍ୟର ସେ ସୌନ୍ଦର୍ଯ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics