କଣ ମାଗିବୁ
କଣ ମାଗିବୁ
କଣ ମାଗିବୁ ବଡ ଦାଣ୍ଡେ ତୋର
କି ବା ପାରିବୁ ଦେଇ ?
ମିଛଟାରେ କିଆଁ ଭୁଆଁ ବୁଲାଉଛୁ
କଳା ଦିଅଁ କଳା ସାଇଁ !
କିଏ ତୋ ସଂସାରେ କଣ ପାଇଛି
ତୋ ଇଚ୍ଛାରେ ଚାଲନ୍ତି ଝୁଣ୍ଟି
କାହାକୁ ହସାଉ କାହାକୁ କନ୍ଦାଉ
କାହା ବେକ ଦେଉ କାଟି !
ବେଳେବେଳେ ଭାବୁ କି ରଖିବୁ ଭାଵ
ପକାଇ ଦେବୁରେ କଟି
ତୋ ପରି ବନ୍ଧୁ ଥାଉଥାଉ ଦୁନିଆଁର
ଅନ୍ଧାର ଆସେ କିଆଁ ଘୋଟି ?
କରାଳ କାଳ କରୋନା ଆସି
ବିଶ୍ୱର ଭୟେ ଥରେ ଛାତି
ସହସ୍ର ମୁଣ୍ଡ ଗଲାଣି କେତେ ଯିବ
ସଂକ୍ରମିତ ପୁଣି ଅସରନ୍ତି ।
ଜୀବନ ଜୀଇଁବା ହେଲାଣି ବିପର୍ଯ୍ୟସ୍ତ
ଲକ୍,ସଟ୍ ଡାଉନ୍ ହୋଇ
ଗୃହ ବନ୍ଦୀ,ସଂଗରୋଧ,ମାସ୍କ ତଳେ
ମଣିଷ କାନ୍ଦୁଛି କଇଁ କଇଁ ।
ଅଭିମାନ କଥା ତୁ କି ବୁଝିବୁ
ତୁ ଗୋଟିଏ କାଠର ଦିଅଁ
ତୋର ଯଦି ହୃଦ ଥାଆନ୍ତା ଟିକିଏ
କେହି କି ଗଡ଼ାନ୍ତା ଲୁହ ?
ତୁ ପରା ବନ୍ଧୁ ଜୀବନ ଜନମର
ବିପଦ ଆପଦ ସଖା
କାହାକୁ ଦେଉ ଭିଡ଼ ଘୋ ଘୋ
କିଏ ଚାଲେ ଏକା ଏକା !
କାହା ଗୋଡ଼ ନାହିଁ କିଏ ବା ଅନ୍ଧ
କା'ର ଧନ ଜନ ମାନ
ଜରି ଗୋଟାଉଛି ଶୈଶୈବ ଉଜାଡୁ
ଏ କି ବିଚାରରେ କଳା ଜହ୍ନ !
ଷାଠିଏ ପଉଟି ଆଳରେ ତୁ କିବା
ଶୋଉଛୁ ନିତି ଉପାସେ
ତେର ପରବର ବାହାନା" କରି କି
ଲୁହ ଲୁଚାଉଛୁ ତୋ ହସେ !
