STORYMIRROR

Monali Nayak

Classics Inspirational Others

3  

Monali Nayak

Classics Inspirational Others

ବୟସର ଅପରାହ୍ନେ

ବୟସର ଅପରାହ୍ନେ

1 min
331

ଭେଳା ପରେ ବସି

ଆହୁଲା କୁ ଠେସି

   ପାରିବୁ କି କୂଳ ଛୁଇଁ

ସମୟ ର ବାଆ

ପ୍ରତିକୂଳ ଆଜି

   ମଝିରେ ଛାଡ଼ିବ ନେଇ ।


ଜିତିବା ପ୍ରୟାସ

ହାରିବା ରେ ଶେଷ

   ବୟସ ଟା ଗଲେ ଗଡ଼ି, 

ନଇଁ ଯିବ ଅଣ୍ଟା

ଶରୀ ହେବ କଣ୍ଟା

    ଚାଲିବୁ ତୁ ଉଠିପଡ଼ି ।


ବନ୍ଧୁ ପରିଜନ

ଥିବେ କି ସେଦିନ

     କହିବାକୁ ଆହା ପଦେ, 

ମୁହଁ କୁ ଲୁଚେଇ 

ଚେଇଁ ଶୋଇଥିବ

   ଛଳନା ର ମିଛ ନିଦେ ।


ସମୟ ଆସିବ

ଛାଇ ହଜିଯିବ

    ଦୁଆରେ ବସିବ ଯମ, 

ସେ ସମୟେ ସାଥୀ

ଅର୍ଜିଥିବୁ ଯାହା

    ଭଲମନ୍ଦ ଧର୍ମ କର୍ମ ।


Rate this content
Log in

Similar oriya poem from Classics