ମୁଁ କି ଅଲୋଡ଼ା ଏତେ
ମୁଁ କି ଅଲୋଡ଼ା ଏତେ
କନକ ଗୋରା ମୋ
କୋମଳ ତନୁ କୁ
ଖେଳେଇ ଖାଇଲ କେତେ,
ସକାଳ ସୂରୁଯ
ଉଇଁଲା ବେଳକୁ
ଅସତୀ କହିଲ ମୋତେ |
ଜହ୍ନୀ ଫୁଲ ପରି
ସଞ୍ଜେ ଫୁଟିଥିଲି
ଭଅଁର ନଥିଲା ଛୁଇଁ,
ଚାରିଘଡି ରାତି
ଗଡିଛି କି ନାହିଁ
ନିଜକୁ ପାଇଲି ନାହିଁ |
ବାନ୍ଧିଲା କବରୀ
ଅଲରା ବଲରା
ବସନ ର ନାହିଁ ପତ୍ତା,
ଅକ୍ଷତ ଯୌବନ
ବିକ୍ଷିପ୍ତ ସପନ
ହଜିଗଲା ଗୁପ୍ତ ସତ୍ତା |
ଯଥେଛ୍ଚା ଭୋଗିଲ
ଭାଗ ଭାଗ କରି
ଭାଙ୍ଗି ମୋର ସବୁ ଦମ୍ଭ,
ଅଣାୟତ୍ତ ତୁମ
କାମୁକତା ପାଶେ
ହୋଇଗଲି ହତମ୍ଭବ |
ଫୁଲ ଟିଏ ହୋଇ
ଫୁଟୁ ନ ଫୁଟୁଣୁ
ଦଳି ମକଚିଲ ମୋତେ,
ତୁମେ ହୋଇଗଲ
ସତିଆ ପୁରୁଷ
ମୁଁ କି ଅଲୋଡା ଏତେ ।