STORYMIRROR

Monali Nayak

Romance Classics Others

3  

Monali Nayak

Romance Classics Others

ପ୍ରେମ ପାଦପ

ପ୍ରେମ ପାଦପ

1 min
146

ତୁମେ ମୋ ମନ ର

   ମଉଳା କୁଞ୍ଜ ରେ

      ମଧୁ ମାଳତୀ ର ବିଥି,

ତୁମ ପାଇଁ ଖାଲି

   ଉଆଁସ ବି ଲାଗେ

      ଭୋଦୁଅ ପୂନେଇଁ ତିଥି । 


ତୁମେ ହିଁ ତ ସାଥୀ

   ମୋ ପ୍ରେମ ପାଦପେ

      ସାତ ଫଗୁଣ ର ରଙ୍ଗ, 

ତୁମେ ତୋଳିଛ ମୋ

    ବେସୁରା ଜୀବନେ

       ପ୍ରୀତି ର ପୂରବୀ ରାଗ ।


ନୀରବ ନିଶି ରେ

   ନିଶି-ଗନ୍ଧା ପରି

     ଫୁଟି ପଡୁ ଥିଲି ଝରି, 

ତୋଳି ନେଲ ତୁମେ

    କେଡ଼େ ସରାଗ ରେ

       ଆପଣା ଆଞ୍ଜୁଳି ଭରି ।


ହଜିଲା ଅତୀତ

   ଖୋଜୁ ଥିଲି ଯେବେ

       ଆଖି ଲୁହେ ଭିଜି ଭିଜି, 

ଅତୀତ କୁ ଠେଲି

    ତୁମେ ଆସିଥିଲ

        କଳ୍ପନା ନାୟକ ସାଜି ।


ମଥା କୁ ଆଉଁସି

    କଥା ଦେଲ ମୋତେ

       ଚଲାବାଟ ସାଥି ହେବ, 

ଅଧା ଲେଖା ମୋର

   ଜୀବନ କାହାଣୀ

      ନୂଆ କରି ଲେଖି ଦେବ ।


ସେବେଠୁ ତୁମେ ମୋ

      ଜୀବନ ବହିରୁ

      ପୁରୁଣା ପୃଷ୍ଠା କୁ କାଢ଼ି, 

 ଲେଖି ରଖିଥିବା

    କେତେ ନୂଆ ପୃଷ୍ଠା

      ନିଜ ହାତେ ଦେଲ ଯୋଡି଼ ।



Rate this content
Log in

Similar oriya poem from Romance