STORYMIRROR

Monali Nayak

Romance

3  

Monali Nayak

Romance

ପ୍ରିୟାର ଓଢ଼ଣି

ପ୍ରିୟାର ଓଢ଼ଣି

1 min
409

ପ୍ରିୟାର ଓଢ଼ଣି

 ଓଢ଼ଣି ଝାଲେରୀ

   ଝାଲେରୀ ଚୁମୁକି ବସା, 

ସେ ଓଢ଼ଣି ତଳେ

 ମୋ ପ୍ରିୟାର ମୁହଁ

   ବେସନ ହଳଦୀ ଘଷା ।। 


ହଳଦୀ ଘଷା ସେ

 ଚିବୁକରେ ତା'ର

   ଛୋଟ ତିଳ ଚିହ୍ନଟିଏ, 

ଆଉ କିଏ ଯଦି

 ଚାହିଁଦେବ ତା'କୁ

   ନଜର ଏଡିବ ସିଏ ।। 


କଜ୍ଜ୍ଵଳରୁ ଧାରେ

  ନେସିଛି ନୟନେ

   ଚାହିଁଲେ ହୃଦୟ ହାଣେ,

ତା' ଅଧର ରଙ୍ଗ

 ଗୋଲାପି ଗୋଲାପି

   ତା' ପାଖକୁ ମନ ଟାଣେ ।। 


ଗାଢ଼ା ନାଲି ରଙ୍ଗ

  କୁଙ୍କୁମ ଟୋପାରେ

   କପାଳକୁ ସଜ କରି, 

କନିଆଁ ସାଜି ସେ

 ମୋ ବାଟ ଚାହିଁଛି

   ଆସିବ ମୋ ହାତ ଧରି ।। 


ଆଜିଠୁଁ ଓଢ଼ଣି

  ଓଢଣା ସାଜିବ

   ସାଜିଲେ ସିଏ ମୋ ବଧୂ, 

ବେସୁରା ଜୀବନେ

  ସାତ ସ୍ୱର ତୋଳି

   ପରଶି ଦେବ ସେ ମଧୁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance