STORYMIRROR

Monali Nayak

Romance Tragedy Others

4  

Monali Nayak

Romance Tragedy Others

ନୀରବ କୋହ

ନୀରବ କୋହ

1 min
611

ଆଖି ବୁଝିବାକୁ

କହି ଥିଲ ତୁମେ

       କଥା ମାନି ଆଖି ବୁଝି ମୁଁ ଦେଲି, 

ଜଳନ୍ତା ଅଙ୍ଗାରେ

ଆଞ୍ଜୁଳି ଭରିଲ

       ପାରିଜାତ ଭାବି ମୁଠେଇ ନେଲି ।। 


ଡାକି ଦେଲ ତୁମେ

ମୋ ସାଥିରେ ଆ... 

       ଗଢିବା ଗୋଟିଏ ନୂଆ ଦୁନିଆଁ, 

ଅଧା ବାଟ ଆସି

ବାଟ ଭାଙ୍ଗି ଗଲ

       ସେ ଦିନୁଁ ଏକଲା ହୋଇଛି ଠିଆ ।। 


କହିଲ ଫୁଲର

ଗାଲିଚା ପାରିଚି

       କଅଁଳ ପାଦେ ତୁ ଚାଲିବୁ ବୋଲି, 

ବିଶ୍ବାସ କରି ମୁଁ 

ସେ ବାଟେ ଚାଲିଲି

        ପାଦ ରୁ ରକତ ଝରୁଛି ଖାଲି ।। 


ନନ୍ଦନ ବନ ରେ

ବୁଲେଇବ କହି

       ମଝି ମରୁ ପଥେ ବସେଇ ଦେଲ, 

ମିଛ କହି କହି

ମିଛ ଆଶା ଦେଇ

       ଲୁହ ଦରିଆ ରେ ଭସେଇ ଦେଲ ।। 


ମାଗି ନଥିଲି ମୁଁ

ପାରିଜାତ ପୁଷ୍ପ

       ଚାହିଁ ନଥିଲି ମୁଁ ନୂଆ ଦୁନିଆଁ, 

ଖୋଜି ବି ନଥିଲି

ଫୁଲ ର ଗାଲିଚା

       କାଇଁ ଲଗେଇଲ ହୃଦୟେ ନିଆଁ ?


ନନ୍ଦନବନ ରେ 

ବୁଲିବା ପାଇଁ କି

      ତିଳେମାତ୍ର ମୋର ନଥିଲା ଆଶା,

ପ୍ରେମ ରେ ତ ମୋର

ଛଳନା ନଥିଲା

      କାହିଁକି ହେଲି ମୁଁ ଏ ଲୋକହସା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance