STORYMIRROR

Monali Nayak

Others

4  

Monali Nayak

Others

ଅବୁଝା ମଣିଷ

ଅବୁଝା ମଣିଷ

1 min
387

ବୁଝିବା ମଣିଷ

ନ କହିଲେ ବୁଝେ

    ଅବୁଝା ମଣିଷ ବୁଝି ଅବୁଝା, 

ସୁବିଧା ବେଳରେ

ସଭିଏଁ ଅଚିହ୍ନା

    ଅସୁବିଧା ବେଳେ ପଡନ୍ତି ଖୋଜା ।। 


ନେଲାବେଳେ ନେବେ

ଦୁଇ ହାତ ଯୋଡ଼ି

   ଦେଲାବେଳେ ଯାଇ ଲୁଚି ବସିବେ, 

ନିରୀହ ଉପରେ

ତାଉ ଦେଖେଇବେ

   ନିଜ କଥା ହେଲେ ଘରେ ପଶିବେ ।। 


ଅସହାୟ ଜନେ

କଟାକ୍ଷ କରିବେ

    ଘାଆକୁ ଉଖାଡ଼ି ମାରିବେ ଲୁଣ, 

ଅନ୍ୟର ସୁଖରେ

ଜଳି ମରୁଥିବେ

   ଗାଉଥିବେ ତା'ର ଦୁର୍ନାମ ଗୁଣ ।। 


ପର ଘରେ ଲକ୍ଷେ

ନିୟମ କାଢ଼ିବେ

   ନିଜକୁ ଅକାଳେ ନିୟମ ନାସ୍ତି, 

ନଥିବା ଲୋକଟି

ସୁଧ ମୂଳ ଦେବ

   ନିଜେ ଦେଲା ବେଳେ ଖୋଜିବେ କିସ୍ତି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍