STORYMIRROR

Monali Nayak

Romance Inspirational

4  

Monali Nayak

Romance Inspirational

ନଈକୂଳେ ମୋ ଗାଆଁ

ନଈକୂଳେ ମୋ ଗାଆଁ

1 min
451

ଶାଶୁ ଘର ମୋର

ନଈକୂଳିଆ ଲୋ

ବହେ ସୁଲୁ ସୁଲୁ ବାଆ, 

ନଈ ଆର ପାରେ

ଅସ୍ତ ଅରୁଣିମା

କେଡେ ମନଲୋଭା ଆହାଃ ।। 


ଦଳ ଦଳ ପକ୍ଷୀ

ନୀଡେ ବାହୁଡନ୍ତି

କିଚିରି ମିଚିରି ହୋଇ, 

ନଈ ପାଣି ଦିଶେ

ନାଲି ଝଲମଲ

ତହିଁ ପରେ ପକ୍ଷୀ ଛାଇ ।। 


ଦକ୍ଷିଣା ପବନେ

କୂଳେ ମଥା ପିଟେ

ମାଳ ମାଳ ଢେଉ ଆସି, 

ଢେଉ ମାଳା ସାଥେ

ଦୁଧ ରଙ୍ଗୀ ଫେଣ

କୂଳକୁ ଆସଇ ଭାସି ।। 


ପବନ ବହିଲେ

ଝାଉଁ ଜଙ୍ଗଲ ଟା 

ସୁଉ ସୁଉ ଶବ୍ଦ ହୁଏ, 

ଲାଗଇ ଯେମିତି

ନଈ ଆଗେ ସିଏ

ମନ କଥା କହୁଥାଏ ।। 


ନଈ କୂଳେ ପୁଣି

ଗାଦିବ୍ରହ୍ମ ଦିଅଁ

କାହିଁ କେଉଁ କାଳୁ ବିଜେ, 

ନିଇତି ସକାଳେ

ଶଙ୍ଖ ଧ୍ବନି ଶୁଭେ

ସଞ୍ଜେ ଘଣ୍ଟ, ଘଣ୍ଟି ବାଜେ ।। 


ବରଷ କେ ଥରେ

ବହୁ ଆଡମ୍ବରେ

ମାଘ ମେଳା ସେଠି ହୁଏ, 

କେତେ ମନୋହର

ଦୋକାନ ବସଇ

ଜାଗର ଅମାସ୍ୟା ଯାଏଁ ।। 


କୁଲା ପହଁରାରୁ

ଶିଳ, ଶିଳପୁଆ

ମାଟିହାଣ୍ଡି, ମାଟି ଠେକି, 

ଖଟ ଆଲମାରୀ

ରସ ହାଣ୍ଡି ଡେକ୍ଚି

କେତେ ଚିଜ ବିକା ବିକି ।। 


ନାନା ଭିନ୍ନ କେତେ

ଖାଇବା ଜିନିଷ

କୁଆଡୁ କୁଆଡୁ ଆସେ, 

ଯଜ୍ଞ ପଡିଆରେ 

ପାଦ ଦଉ ଦଉ

ଅପୂର୍ବ ଅପୂର୍ବ ବାସେ ।। 


କେତେ ଝିଅ ବୋହୂ

ଆମ ଦାଣ୍ତ ଦେଇ

ଯାଆନ୍ତି ଉଡେଇ ଧୂଳି, 

ମେଳାରେ ମିଳନ୍ତି

ପୁରୁଣା ସଙ୍ଗାତ

ଲାଗେ କେତେ କୋଳାକୋଳି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance