STORYMIRROR

Monali Nayak

Others Children

3  

Monali Nayak

Others Children

ଯେବେ ଛୋଟ ଥିଲି....

ଯେବେ ଛୋଟ ଥିଲି....

1 min
360


ଯେବେ ଛୋଟ ଥିଲି

ଆସୁଥିଲା ହୋଲି

ମାଆ ଲୁଚୁଥିଲା କବାଟ କିଳି, 

ଦାଦାଙ୍କ ର ସାଙ୍ଗ

ଜଗି ବସୁଥିଲେ

ତା' ଦେହରେ ରଙ୍ଗ ଦେବାକୁ ବୋଳି ।। 


କବାଟ ବାଡେଇ

ଡାକୁ ଥିଲେ କେତେ

ଆସ ନୂଆବୋଉ ଖେଳିବା ହୋଲି, 

ମୁଣ୍ଡ ଫଟା ନୁହଁ

ଅବିର ଆଣିଛୁ

ଫେରିଯିବୁ ଆମେ ଟିକିଏ ଖେଳି ।। 


ଜେଜୀ କହୁଥିଲା

ରଙ୍ଗ କରନାହିଁ

ଗାଧୁଆ ପାଧୁଆ ସାରିଛି ବୋହୁ, 

ଯାଅ ରେ ପିଲାଏ

ବେଳ ଗଡିଲାଣି

ପାଣି ହାଣ୍ଡି ସିଏ ଚୁଲ୍ଲୀ କି ନଉ ।। 


ଦାଦା ମାନେ ମିଶି

ଅଳି କରୁଥିଲେ

ରହ ବଡ ବୋଉ ଗୋଟିଏ ଦିନ, 

ଭାଉଜ ଙ୍କ ସାଙ୍ଗେ

ରଙ୍ଗ ନ ଖେଳିଲେ

ଭାରି ଊଣା ହେବ ଆମରି ମନ ।। 


ଝରକା କବାଟ

ଅଧା ଖୋଲା ରଖି

ହାତ ବଢାଏ ମା' ଅଳପ ହସି, 

ପାନ ଖଣ୍ଡେ ଦେଇ

ହାତ ସାରା ତା'ର

ସବୁତକ ରଙ୍ଗ ଦିଅନ୍ତି ନେସି ।। 


ଆମେ ଖେଳୁଥାଉ

ସାଙ୍ଗସାଥୀ ହୋଇ

ଖଣ୍ଡ ମୁଣ୍ଡ ଫଟା ରଙ୍ଗ କୁ ନେଇ, 

ଗଧୋଇଲା ବେଳେ

ଯେତେ ଧୋଇଲେ ବି

ବହି ଯାଏ ରଙ୍ଗ ନାଲିଆ ହୋଇ ।। 


କାମ ସାରି ମାଆ'

ମୁଣ୍ଡ ଧୋଇ ଦିଏ

ଘସି ଘାସି ଦେଇ ସାବୁନ ମାରି, 

ରଙ୍ଗ ବହୁଥାଏ

ମାଆ କହୁଥାଏ

ଯାଇଥିଲା ଯୋଗ୍ୟ ଆଲୁଅ କରି ।। 


ବଗଡା କନା ରେ

ଘସି ଦେଲା ବେଳେ

ଫିଠି ରେ ଦି' ଚାରି ଦୁମୁକା ଥୁଏ, 

ମୁଣ୍ଡ ଧୋଉ ଧୋଉ

ଦାନ୍ତ କୁ ରଗଡି

ମୁଠେଇ କି ଚୁଟି ଘୋଷାରି ଦିଏ ।। 


ଜେଜୀ କହେ ଆସି

ସେତିକି ଥାଉ ଲୋ.. 

ଉଛୁର ହେଲାଣି ଗାଧାନା ଏତେ, 

ଅବେଳା ରେ ପାଣି

ସଅଳ ଧରିବ

ଧନ ମୋର କଷ୍ଟ ପାଇବ କେତେ ।। 


ମାଆ' କହେ ତା'କୁ

ନ ଛାଡିଲେ ରଙ୍ଗ

ଚୁଟି ଫୁଟି ସବୁ ଉପୁଡି ଯିବ, 

ଯେତିକି ରଙ୍ଗ ସେ

ନେସିଛି ଦେହ ରେ

ଦିହ ହାତ ଖାଲି କୁଣ୍ଡେଇ ହବ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍