STORYMIRROR

Monali Nayak

Classics Others

4  

Monali Nayak

Classics Others

କୁଳବଧୂ ଯଦି

କୁଳବଧୂ ଯଦି

1 min
437

କୁଳବଧୂ ଯଦି

କୁଳଟା ହୋଇବ

     କୂଳେ କି ଲାଗିବ ସଂସାର ତରୀ ? 

ଜୀବନ ଜିଇଁବା

ଦୁର୍ବିସହ ହେବ

     ଯେମିତି ଅଦିନ ବଢ଼ି ଭଉଁରୀ ।। 


ସ୍ନେହ ପ୍ରେମ ଦେଇ

ନ ବାନ୍ଧିବ ଯଦି

     ସ୍ବାମୀ ମନ ମାନ ଗୁମାନ ଯେତେ, 

ସବୁକିଛି ଥାଇ

କିଛି ବି ନ ଥିବ

      ଛଳେ ମିଠା କଥା କହିଲେ କେତେ ।। 


ମାଆ' ଟିଏ ହୋଇ

ସଂସ୍କାର ନ ଦେଇ

      ପିଲା ବଢ଼େଇଲେ ଯତନ କରି, 

ସେଇ ପିଲା ଦିନେ

ବଇରି ସାଜିବ

       ଲଗାମ ବିହୀନ ଘୋଟକ ପରି ।। 


ମହୁ ମାଠିଆ ରେ

ଜିଭ କୁ ବୁଡ଼େଇ

      କୁହ ଯଦି କେତେ ଯତନେ କଥା, 

ମୁଖ ମିଠା ଛଡ଼ା

କି ଲାଭ ମିଳିବ

     ଶୁଣିବା ଲୋକେ କି ଲାଗିବ ମିଠା ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics