STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କଣ ମାଗିବି ତୁମକୁ ?

କଣ ମାଗିବି ତୁମକୁ ?

1 min
301

ବହୁ ଥର ଭାବେ ମାଗିବି କିଛି ମୁଁ ତୁମ 

ଦରବାରେ ଯାଇ,

ତୁମକୁ ଦେଖିଲେ କେମିତି କେଜାଣି ପାଟି ମୋର ଖୋଲେ ନାହିଁ !

ମନେ ମନେ ଭାବେ କଅଣ ମାଗିବି ସୀମାରେଖା ଗାର ଟାଣି,

ସୀମିତ ଭିତରେ ନୁହଁ ପରା ତୁମେ ଅସୀମ ଦୟାର ଖଣି !

ମାଗିଦେଲେ କାଳେ ହୋଇଯିବି ଛୋଟ ଭାବେ ପୁଣି ମନେ ମନେ,

କାହିଁକି ମାଗିବି ସବୁତ ଦେଇଛ ରଖିଛ ମୋତେ ମୋ ସ୍ଥାନେ !

ଯଦି କେବେ ତୁମ ସୁଦୟା ହୋଇବ ମାଗିବା ନିମନ୍ତେ ଯିବି,

ଏହି ଚନ୍ଦ୍ରକାନ୍ତ ଶ୍ରୀଜଗନ୍ନାଥଙ୍କୁ କାଳେ କାଳେ ମାଗୁଥୁବି !!

ଏହି ଚନ୍ଦ୍ରକାନ୍ତ ଶ୍ରୀଜଗନ୍ନାଥଙ୍କୁ କାଳେ କାଳେ ମାଗୁଥୁବି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics