କଣ ମାଗିବି ତୁମକୁ ?
କଣ ମାଗିବି ତୁମକୁ ?
ବହୁ ଥର ଭାବେ ମାଗିବି କିଛି ମୁଁ ତୁମ
ଦରବାରେ ଯାଇ,
ତୁମକୁ ଦେଖିଲେ କେମିତି କେଜାଣି ପାଟି ମୋର ଖୋଲେ ନାହିଁ !
ମନେ ମନେ ଭାବେ କଅଣ ମାଗିବି ସୀମାରେଖା ଗାର ଟାଣି,
ସୀମିତ ଭିତରେ ନୁହଁ ପରା ତୁମେ ଅସୀମ ଦୟାର ଖଣି !
ମାଗିଦେଲେ କାଳେ ହୋଇଯିବି ଛୋଟ ଭାବେ ପୁଣି ମନେ ମନେ,
କାହିଁକି ମାଗିବି ସବୁତ ଦେଇଛ ରଖିଛ ମୋତେ ମୋ ସ୍ଥାନେ !
ଯଦି କେବେ ତୁମ ସୁଦୟା ହୋଇବ ମାଗିବା ନିମନ୍ତେ ଯିବି,
ଏହି ଚନ୍ଦ୍ରକାନ୍ତ ଶ୍ରୀଜଗନ୍ନାଥଙ୍କୁ କାଳେ କାଳେ ମାଗୁଥୁବି !!
ଏହି ଚନ୍ଦ୍ରକାନ୍ତ ଶ୍ରୀଜଗନ୍ନାଥଙ୍କୁ କାଳେ କାଳେ ମାଗୁଥୁବି !!
