Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Omm Prasad Pradhan

Abstract Classics Inspirational

3  

Dr.Omm Prasad Pradhan

Abstract Classics Inspirational

କାକର ବୁନ୍ଦା

କାକର ବୁନ୍ଦା

1 min
418



ଚନ୍ଦ୍ର କିରଣ ର ମୃଦୁ ଆଲୋକ ରେ ,

ଶରତୀ ଶୀତ ର ସ୍ପର୍ଶ ପାଇ ଜନ୍ମ ନେଇଥିବା 

ପ୍ରକୃତି ରାଣୀ ର ବକ୍ଷ ଉପରେ ସୃଷ୍ଟି ହେଇଥିବା

ଏକ କ୍ଷୁଦ୍ର ,କ୍ଷଣସ୍ଥାୟୀ, ଅଳ୍ପାୟୁ ,ଅବୟବ ...।


ଚିର ସବୁଜ ପ୍ରକୃତି ସହ ନିବିଡ଼ତ୍ୱ ର ଏକ ଚିନ୍ହ 

ଅବିରତ ଝଲସୁ ଥିବା ଏକ କୋମଳ ଆକୃତି 

ପ୍ରତି ମୁହୂର୍ତ୍ତ ରେ ମୃତ୍ୟୁ ର ଆଭାସ 

ସକାଳ ର ଅରୁଣୋଦୟ ରେ ,

ବାର୍ଦ୍ଧକ୍ୟ ର ଅନୁଭବ ।


ସୂର୍ଯ୍ୟ ର କିରଣ ହିଁ ମୃତ୍ୟୁ ...

ଚନ୍ଦ୍ରାଲୋକ ରେ ବର୍ଦ୍ଧିତ ଜଳବିନ୍ଦୁ ପାଇଁ ।

ସୂର୍ଯ୍ୟରଶ୍ମୀ ର ସ୍ପର୍ଶ ରେ ମୋକ୍ଷ ର ଇଛା ହିଁ,

ଜୀବନ କୁ ବଞ୍ଚିବା ର ଲକ୍ଷଦିଏ ।

କେଉଁ କବି ର କଲମ ମୁନ ରେ ,

ସ୍ମୃତି ହେଇ ରହିଯିବା ମୋର ସ୍ବପ୍ନ ।

ନହେଲେ କାହା ପାଦ ତଳେ ,

ଅପମୃତ୍ୟୁ କୁ ବରଣ କରେ ।


ପ୍ରକୃତି ର ସୌନ୍ଦର୍ଯ୍ୟ ବର୍ଦ୍ଧନ ହିଁ 

ମୋ ଜୀବନ ର ଲକ୍ଷ .....

ରୌଦ୍ରରଶ୍ମୀ ରେ ମୋର ମୃତ୍ୟୁ ହୁଏ 

ମୃତ୍ୟୁ ର ଅବଶୋଷ ନଥାଏ ,

କ୍ଷୁଦ୍ର ରୁ ବୃହତ ହେବା ହିଁ ତ ମୋ ଲକ୍ଷ ।


ବାଷ୍ପୀଭୁତ ହେଇ ମିଶିଯାଏ .....,

ଅନନ୍ତ ଆକାଶ ରେ ,

ଏକ ରୁ ଅନେକ ହେବା ପାଇଁ 

ସହଜ ପୃଥିବୀ ପାଖରୁ ବିଦାୟ ନେଇ ,

ଅସହଜ ଆକାଶ ରେ ସଂଘର୍ଷ କରେ ।

ନିଜକୁ ପୁଣିଥରେ ପ୍ରତିଷ୍ଠା ପାଇଁ 

ପୃଥିବୀ କୁ ଫେରି ଯିବା ପାଇଁ 

ଏକ ଯାତ୍ରା .....

ଏଇ କ୍ଷୁଦ୍ର କାକର ବୁନ୍ଦା ର ।







Rate this content
Log in

Similar oriya poem from Abstract