STORYMIRROR

Ajit Kumar Raut

Classics Inspirational

3  

Ajit Kumar Raut

Classics Inspirational

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ

1 min
376


ଦେଶର ପ୍ରଧାନ ଥିଲେ ଶାସ୍ତ୍ରୀ ଆମ୍ଭ


ନାମ ଗୁଞ୍ଜୁ ଅଛି ଦେଶେ,


ଜନତା କଲ୍ୟାଣେ ସମର୍ପିତ ପ୍ରାଣ


ଶ୍ରଦ୍ଧାଞ୍ଜଳି ଆଜି ଦେଶେ।୧।


ଦେଉ ଅଛି ଦେଶ ଶ୍ରଦ୍ଧାଞ୍ଜଳି ତାଙ୍କୁ


ଦେଲେ ଶ୍ରଦ୍ଧାଞ୍ଜଳି ମୋଦି,


ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ


ଦେଲେ ପୁଷ୍ପାଞ୍ଜଳି ମୋଦି।୨।


କୋଟି ପ୍ରଣିପାତ ଶାସ୍ତ୍ରୀଙ୍କ ଚରଣେ


ଦୁଇ ଅକ୍ଟୋବର ଆଜି,


ଜୟନ୍ତୀ ତାଙ୍କର ଅଟେ ଏହୁ ଦିନ


ଭକ୍ତି ଶ୍ରଦ୍ଧାଞ୍ଜଳି ଆଜି।୩।


ଦେଶର ଗୌରବ ଶାସ୍ତ୍ରୀ ମହାଶୟ


ଗୁଞ୍ଜୁ ଅଛି ଦେଶେ ନାମ,


ଜୀବନ ତାଙ୍କର ଦେଶ ହୀତେ ଗଢ଼ା


ଦେଶର ନାୟକ ଆମ।୪।


ପ୍ରେରଣାର ସ୍ରୋତ ଲାଲବାହାଦୁର


ଜନଜନେ ଦିଏ ଶିକ୍ଷା,


ରାଷ୍ଟ୍ର ପ୍ରତି ଭକ୍ତି ଜନସେବା ତାଙ୍କ


ଦେଉ ଅଛି ନୀତି ଶିକ୍ଷା।୫।


ସମଭାବ ମନ୍ତ୍ର ଥିଲାଟି ତାଙ୍କରେ


ନିସ୍ବାର୍ଥର କାର୍ଯ୍ୟ ତାଙ୍କ,


ଭୁଲି ହେବ ନାହିଁ ତାଙ୍କ ଅବଦାନ


ପବିତ୍ର ଜୟନ୍ତୀ ତାଙ୍କ।୬।


ସମସ୍ତ ଧରଣୀ ଗୌରବାନ୍ନିତ ଟି


ଦେଉ ଛନ୍ତି ଶ୍ରଦ୍ଧାଞ୍ଜଳି,


ଶାସ୍ତ୍ରୀ ଶାସ୍ତ୍ରୀ ରାବ୍ ଗୁଞ୍ଜୁ ଅଛି ଦେଶେ


ଦେଉ ଛନ୍ତି ପୁଷ୍ପାଞ୍ଜଳି।୭।


ପବିତ୍ର ଦିନରେ ଶ୍ରଦ୍ଧାଞ୍ଜଳି ତାଙ୍କୁ


ବିଚ୍ଛନ୍ନାଚଳ ଦେଉଛି,


ଦେଇ ପୁଷ୍ପାଞ୍ଜଳି ଭକ୍ତିମନେ ତାଙ୍କୁ


ଆନନ୍ଦେ ନାମ ଗାଉଛି।୯।


ଅତି ହିଁ ପ୍ରଗାଢ ରାଷ୍ଟ୍ର ଭକ୍ତି ତାଙ୍କ


ଦେଉଛି ପ୍ରେରଣା ଜନେ,


ନିସ୍ବାର୍ଥରେ କାର୍ଯ୍ୟ କରିବା କର୍ତ୍ତବ୍ୟ


ଜ୍ଞାନ ଦେଉ ଅଛି ମନେ।୯।


ଜୟ ଜୱାନ୍ ର ଜୟ କିସାନ୍ ର


ମନ୍ତ୍ରକୁ ଧରିଣ ସେହୁ,


ଶକ୍ତିଶାଳୀ ହେବେ କି ପରି ଦେଶରେ


ରଖି ଥିଲେ ମନେ ସେହୁ।୧୦।


ଦେଶର ପ୍ରଧାନ ଥିଲେ ଶାସ୍ତ୍ରୀ ଆମ


ନାମ ଗୁଞ୍ଜୁ ଅଛି ଦେଶେ,


ଜନତା କଲ୍ୟାଣେ ସମର୍ପିତ ପ୍ରାଣ


ଶ୍ରଦ୍ଧାଞ୍ଜଳି ଆଜି ଦେଶେ।୧୧।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics