STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
343


ଘୋର ଗିରିଷମ କାଳଲୋ ସଜନୀ

    ଘୋର ଗିରିଷମ କାଳ

ଅଶ୍ୱ ପୃଷ୍ଠେ ବେନି ଭାଇ ଯାଉଛନ୍ତି

    ବହେ ଗମ ଗମ ଝାଳ!

ଥକ୍କା ମାରି ଦଣ୍ଡେ ଅଟକି ଯାଆନ୍ତି

    ଶୋଷ ହେଲାଣି ପ୍ରବଳ

ଏକାଳେ ଶୁଭିଲା  ମାଣିକର ଡାକ

    ନିଅ ନିଅ ଦହି ଘୋଳ!

କଳାଧଳା ଅଶ୍ୱ  ଓଲ୍ଲାଇ ପଡନ୍ତି

    ମନରେ ଆସିଲା ବଳ

ସ୍ବେଦବାରି ପୋଛି କାନିରେ କାନିରେ

    ପାଦରେ ଥାପିଳା ଜଳ!

ଆହାକି ଦୁଲଭ   ସରଳ ମନର

   ସେବାରେ ହୋଇଲେ ଭୋଳ

ସରାଗେ ପିଅନ୍ତି   କିଆନନ୍ଦ ମନେ

    ଗଡି ଯାଉଅଛି ବେଳ!

ପାଉଣା ମାଗନ୍ତେ  ସୂଚାଇ ଦିଅନ୍ତି

    ପଛେ ଆସେ ଥାଟ ବଳ

ଆସନ୍ତି ରାଜନ  ମାଗିନେବୁ ତୁହି

     ତୋର ପାଉଣା ସଅଳ!

ସନ୍ତକରେ ଦେଇ ରତ୍ନ ମୁଦିଟିଏ

  ସେ ସ୍ଥାନ ଛାଡି ସଅଳ

ଆଗକୁ ଗମିଲେ କ୍ଷିପ୍ରତର ଗତି

   କାଞ୍ଚି ଅଭିଯାନ କାଳ!

ରତ୍ନମୁଦି ଟିକୁ  ଦେଖି ଗଜପତି

    ଚାହିଁ ଥିଲେ ଜଳ ଜଳ

ଧନ୍ୟ ଲୋମାଣିକ ଧନ୍ୟ ତୋ ଜୀଵନ

    ଭକତି ତୋର ସଜଳ!

ଆଜିଠୁ ତୋନାମେ ଏସ୍ଥାନ ନାମିତ

     ମାଣିକପାଟଣା ସ୍ଥଳ

ପିଢ଼ି ପରେ ପିଢ଼ି ତୋ ନାମ ଘୋଷିବେ

    ଅମର ତୁ କାଳକାଳ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics